ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ ।

98

କନକ ବ୍ୟୁରୋ: ଆଜିଠାରୁ ୨ ଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ନାଟକ ଜଗତରେ ବିପ୍ଲବ ଆଣିଥିବା ରେଡିଓ ଚକଲେଟର ପ୍ରଡକ୍ସନ ଆହେ ନୀଳ ଶଇଳର ଅପୂର୍ବ ସଫଳତା ପରେ ଏବେ ଭେଟି ଦେଉଛି ନାଟକ ଓଡିଆ ଦାସ । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ନାଟକ ଏକ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ଦେଇଛି । ନାଟକକୁ ଦର୍ପ ନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଛନ୍ତି । ଅଭିନୟ କରିଛନ୍ତି ରବି ନାରାୟଣ, ମମତା, ମନୋଜ, ବିଶ୍ୱରଞ୍ଜନ, ରାଜଲକ୍ଷ୍ମୀ, ରାଜେଶଙ୍କ ଭଳି କଳାକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡ଼ିଆ ଦାସ । ପ୍ରତିଦିନ ନାଟକର ୨ଟି ସୋ’ ହେବ । ପ୍ରଥମ ସୋ ସନ୍ଧ୍ୟା ୬ଟାରୁ ଏବଂ ଦ୍ୱିତୀୟ ସୋ ରାତି ୮ଟାରୁ ଆରମ୍ଭ ହେବ । ଆପଣ ଅଗ୍ରୀମ ଟିକେଟ୍ ‘ବୁକ୍ ମାଇଁ ସୋ’ ଜରିଆରେ କିଣି ପାରିବେ । ଟିକେଟ୍ ସମ୍ପର୍କୀୟ ସୂଚନା ପାଇଁ ଆପଣ ମୋବାଇଲ୍ ନମ୍ବର: ୮୯୦୮୦୨୦୧୦୪ କିମ୍ବା ୯୮୫୩୦୩୫୧୦୪ରେ ଯୋଗାଯୋଗ କରିପାରିବେ ।