କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି ।

79

କନକ ବ୍ୟୁରୋ: କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ପାଳନକୁ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରୁଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । କୁଚିଣ୍ଡା, ବାମରା, ଯମନକିରା ବ୍ଲକକୁ ନେଇ ଗଠିତ ଏହି ଉପଖଣ୍ଡକୁ ଜିଲ୍ଲା ଗଠନ ନେଇ ଦୀର୍ଘଦିନରୁ ଦାବି ହୋଇଆସୁଛି ।