ଅନାଥ ପିଲାଙ୍କୁ ପରିଚୟ ଦେଉଛି ସୁନ୍ଦରଗଡ଼ ଜିଲ୍ଲାର ପୋଷ୍ୟସନ୍ତାନ କେନ୍ଦ୍ର ଦିଶା ଓ କାର।। ୫ ବର୍ଷରେ ୨୧ ଶିଶୁଙ୍କୁ କୋଳେଇ ନେଲେଣି ଦମ୍ପତି। 

122

କନକ ବ୍ୟୁରୋ: ଅନାଥ ପିଲାଙ୍କୁ ପରିଚୟ ଦେଉଛି ସୁନ୍ଦରଗଡ଼ ଜିଲ୍ଲାର ପୋଷ୍ୟସନ୍ତାନ କେନ୍ଦ୍ର ଦିଶା ଓ କାରା । ଗତ ୫ ବର୍ଷ ମଧ୍ୟରେ ଏହି ଦୁଇଟି ଅନୁଷ୍ଠାନରୁ ୨୧ ଜଣ ଶିଶୁଙ୍କୁ କୋଳେଇ ନେଇଛନ୍ତି ବିଦେଶୀ ଦମ୍ପତି । ମୋଟ ୧୩୨ ଜଣ ଶିଶୁ ବାପା, ମାଆ ଏବଂ ନୂଆ ପରିବାର ପାଇଛନ୍ତି । ଆଉ ବଦଳିଯାଉଛି ଅନାଥ ଶିଶୁ ଠିକଣା ଓ ପରିବାର । ଇଟାଲୀ, ଆମେରିକା, ସ୍ପେନ, ଫ୍ରାନ୍ସ, ସିଙ୍ଗାପୁର, ଲୁକଜେମବର୍ଗ, ମାଲଟା ଆଦି ଦେଶରୁ ଦମ୍ପତିମାନେ ଆସି ଏଠାରୁ ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କରିନେଉଛନ୍ତି ।

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ୨୦୧୬ରୁ ୨୦୨୨ ମଧ୍ୟରେ ୧୫୩ ଜଣ ଅନାଥ ଶିଶୁଙ୍କ ଉଦ୍ଧାର କରି ଦିଶା ଓ କାରା ପୋଷ୍ୟସନ୍ତାନ କେନ୍ଦ୍ରରେ ରଖାଯାଇଥିଲା । ଏହି ଦୁଇଟି ସଂସ୍ଥାରେ ଶିଶୁଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ମହିଳା କେୟାରଟେକର ରହିଛନ୍ତି । ପିଲାମାନେ ଅସୁସ୍ଥ ହୋଇପଡିଲେ ସେମାନଙ୍କର ଚିକିତ୍ସା ଏବଂ ଔଷଧ ଦିଆଯାଉଛି । ଶିଶୁଙ୍କ ପାଇଁ ଖେଳନାଠୁ ଆରମ୍ଭ କରି ପୋଷାକପତ୍ର, ପୃଷ୍ଟିକର ଖାଦ୍ୟ ସବୁ ସୁବିଧା ଉପଲବ୍ଧ ଅଛି । ସବୁଠୁ ବଡ କଥା ହେଉଛି ଏହି ସଂସ୍ଥା ଯୋଗୁ ଅନାଥ ପିଲା ନୂଆ ପରିଚୟ ପାଇବା ସହ ନିଜର ଭବିଷ୍ୟତ ଗଢିପାରୁଛି ।