ଚଳିତ ଶତାବ୍ଦୀର ମହାନତମ ଵିଭୂତି … ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ

121

କନକ ବ୍ୟୁରୋ : ସମଗ୍ର ବିଶ୍ୱ ପଞ୍ଚମ ମୂଳ ଜଗଦଗୁରୁ ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜ ଙ୍କ ଜନ୍ମ ଶତାବ୍ଦୀ ମହୋତ୍ସବ ପାଳନ କରୁଅଛି କ୍ଷ ସିଏ ଏମିତି ଏକ ବିରଳ ବ୍ୟକ୍ତିତ୍ୱ ର ଅଧିକାରୀ ଯିଏ ନିଜର ଅସାଧାରଣ ଜ୍ଞାନ , ସାହିତ୍ୟ ସତସଙ୍ଗ ଏବଂ ଆଦର୍ଶ ଦ୍ୱାରା ସାରାଜୀବନ ମାନବ ଜାତିର ସେବା ଏବଂ ଦିବ୍ୟ ଜ୍ଞାନର ପ୍ରକାଶ ଦ୍ୱାରା ସାରା ବିଶ୍ବ କୁ ଆଲୋକିତ କରିଛନ୍ତି। ଯାହାଙ୍କ ଦିବ୍ୟ ସତସଙ୍ଗ ର ସଂସ୍ପର୍ଶ ପାଇ ଲକ୍ଷାଧିକ ଲୋକ ଜୀବନ ଧନ୍ୟ ଏବଂ ଅତ୍ୟନ୍ତ ଭାବେ ନିଜକୁ ଭାଗ୍ୟବାନ ମାନେ କରିଥାନ୍ତି କ୍ଷ ଯିଏ ସମ୍ପୂର୍ଣ୍ଣ ବିଶ୍ୱରେ ଭକ୍ତିମାର୍ଗ ର ପ୍ରଚାର କରି ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମ କୁ ଏକ ନୂତନ ଦିଗ ପ୍ରଦାନ କରିଛନ୍ତି , ଯିଏ ବିଶ୍ୱକୁ ଭକ୍ତି ମନ୍ଦିର, ପ୍ରେମ ମନ୍ଦିର, କୀର୍ତ୍ତି ମନ୍ଦିର ପରି ଦିବ୍ୟ ଅତୁଳନୀୟ ଉପହାର ଦେବା ସହିତ ନାରୀ ଶିକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ କୃପାଳୁ ମହିଳା ମହାବିଦ୍ୟାଳୟ , କୃପାଳୁ ବାଳିକା ମାଧ୍ୟମିକ ମହାବିଦ୍ୟାଳୟ , କୃପାଳୁ ବାଳିକା ପ୍ରାଥମିକ ବିଦ୍ୟାଳୟ, ଯାହା ଦ୍ବାରା ପ୍ରତି ବର୍ଷ ୩୫୦୦ ବାଳିକା ମାନଙ୍କୁ ନିଃଶୁଳ୍କ ଶିକ୍ଷା ସହିତ ନିଃଶୁଳ୍କ ପରିବହନ, ନିଃଶୁଳ୍କ ୟୁନିଫର୍ମ ଇତ୍ୟାଦି ପ୍ରଦାନ କରାଯାଉଛି କ୍ଷ ଏହା ସହିତ ଚିକିତ୍ସା କ୍ଷେତ୍ରରେ ୩ ଟି ହସ୍ପିଟାଲ ( ଜଗଦଗୁରୁ କୃପାଳୁ ଚିକିତ୍ସାଳୟ ମନଗଢ/ ବରସାନା/ବୃନ୍ଦାବନ ) ନିର୍ମାଣ ହୋଇ ଅଛି, ଯେଉଁଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଚିକିତ୍ସା, ଏଲୋପାଥିକ ,ଆୟୁର୍ବେଦିକ, ନେଚରୋପାଥିକ ପଦ୍ଧତିରେ କରାଯାଉଛି କ୍ଷ ଏହା ସହିତ ନିଃଶୁଳ୍କ ଔଷଧ , ଆମ୍ବୁଲାନ୍ସ ସୁବିଧା , ସମୟ ସମୟ ରେ ନେତ୍ର ଶିବିର , ରକ୍ତଦାନ ଶିବିର ର ମଧ୍ୟ ଆୟୋଜନ କରାଯାଉଛି ଯାହା ସେହି କ୍ଷେତ୍ର ରେ ଥିବା ଗ୍ରାମ ଗୁଡିକ ପାଇଁ ବରଦାନ ସ୍ୱରୂପ ଅଟେ । ପ୍ରତିବର୍ଷ ୫୦୦୦ ରୁ ଅଧିକ ସାଧୁ ଏବଂ ବିଧବା ମାନଙ୍କୁ ଅତ୍ୟନ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ନିଜର କୃପାଳୁ ନାମକୁ ସାକାର କରି ଅନନ୍ତ ଜୀବଙ୍କ ଉପରେ କୃପା ବର୍ଷଣ କରିବା ପୂର୍ବକ ଏହି ଦିବ୍ୟ ମହାପୁରୁଷ ଙ୍କ ଆର୍ବିଭାବ ୧୯୨୨ ମସିହାରେ ଶରତ ପୂର୍ଣ୍ଣିମା ମଧ୍ୟ ରାତ୍ରିରେ ଭକ୍ତିଧାମ ମନଗଢ ରେ ହୋଇଥିଲା । ଶରତ ପୂର୍ଣ୍ଣିମା ଦିନ ହିଁ ଶ୍ରୀ କୃଷ୍ଣ ଭଗବାନ ଜୀବ ମାନଙ୍କୁ ସର୍ବୋଚ୍ଚ ଭକ୍ତି ପ୍ରଦାନ କରିଥିଲେ ।

ଯାହାଙ୍କର ଆବିର୍ଭାବ ଜୀବଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ , ମାତ୍ର ୧୬ ବର୍ଷ ଆୟୁରେ କଠିନ ପରିଶ୍ରମ କରିବା ଆରମ୍ଭ କରି ଦେଇ ଥିଲେ। ୧୯୫୫ ମସିହାରେ ଶ୍ରୀ ମହାରାଜ ଜୀ ଚିତ୍ରକୁଟରେ ବିଶାଳକାୟ ସନ୍ତ ସମ୍ମେଳନ ର ଆୟୋଜନ କରାଇ ଥିଲେ। ଯେଉଁଠି ଭାରତବର୍ଷ ର ପ୍ରମୁଖ ଵିଦ୍ଵାନ ମାନଙ୍କୁ ଆମନ୍ତ୍ରିତ କଲେ । ଏହା ପରେ ୧୯୫୬ ରେ କାନପୁର ରେ ଏମିତି ହିଁ ଏକ ସନ୍ତ ସମ୍ମେଳନ ର ଆୟୋଜନ କରାଇଲେ ଯେଉଁଥିରେ ମହାରାଜା ଜୀ ଙ୍କ ଅଲୌକିକ ଏବଂ ଦିବ୍ୟ ପ୍ରବଚନ ରେ ବିମୁଗ୍ଧ ହୋଇ କାଶୀର ଆଚାର୍ୟ୍ୟ ତାଙ୍କୁ କାଶୀ ଆମନ୍ତ୍ରିତ କଲେ। କାଶୀ ବିଦ୍ଵତ ପରିଷଦ ହେଉଛି ୫୦୦ ବିଦ୍ୱାନ ଙ୍କ ବିଶ୍ୱର ଏକମାତ୍ର ସଭା । କାଶୀ ଠାରେ ତାଙ୍କର ଅଲୌକିକ ସଂସ୍କୃତ ପ୍ରବଚନ କୁ ଶୁଣିକରି ବିଦ୍ଵତ ମଣ୍ଡଳ ଏକ ମତ ହୋଇ ଶ୍ରୀ ମହାରାଜ ଜୀ ଙ୍କୁ ଜଗଦଗୁରୁତ୍ତମ ପଦରେ ବିଭୂଷିତ କଲେ ଏବଂ ତାଙ୍କର ଅଷ୍ଟ ସାତ୍ତ୍ଵିକ ଲକ୍ଷଣ/ ଭାବ କୁ ଦେଖି ତାଙ୍କୁ ଭକ୍ତିଯୋଗ ରସାବତାର ଉପାଧି ରେ ବିଭୂଷିତ କରିଥିଲେ।

ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜ ହେଉଛନ୍ତି ବିଶ୍ୱର ପଞ୍ଚମ ମୌଳିକ ଜଗଦ୍ଗୁରୁ । ତାଙ୍କ ପୂର୍ବବତୀ ଜଗଦ୍ଗୁରୁ ଙ୍କ ନାମ ୧. ଆଦି ଜଗଦ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ୨. ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟ ୩. ଜଗଦ୍ଗୁରୁ ଶ୍ରୀ ନିମ୍ଵକାଚାର୍ଯ୍ୟ ୪. ଜଗଦ୍ଗୁରୁ ଶ୍ରୀ ମାଧବାଚାର୍ଯ୍ୟ । ଜଗଦଗୁରୁ ଶ୍ରୀ କୃପାଳୁଜି ମହାରାଜ ବିଶାଳ ସାହିତ୍ୟ ମଧ୍ୟ ପ୍ରକଟ କରିଛନ୍ତି ଯେଉଁଥିରେ ପ୍ରେମ ରସ ସିଦ୍ଧାନ୍ତ , ସେବକ ସେବ୍ୟ ସିଦ୍ଧାନ୍ତ , ପ୍ରେମ ରସ ମଦିରା , ରାଧା ଗୋବିନ୍ଦ ଗୀତ ଶ୍ୟାମା ଶ୍ୟାମ ଗୀତ , ବ୍ରଜ ରସ ମାଧୁରୀ ଇତ୍ୟାଦି ଗ୍ରନ୍ଥ ଅନ୍ୟତମ ।ଯେଉଁଥିରେ ସମସ୍ତ ଶାସ୍ତ୍ର ର ସାର , ସମସ୍ତ ବିରୋଧାଭାସୀ ସିଦ୍ଧାନ୍ତ ର ସମନ୍ୱୟ ଅତ୍ୟନ୍ତ ସରଳ ଭାଷାରେ ପ୍ରକଟ କରିଛନ୍ତି ଯାହାକୁ ସାଧାରଣ ଜନତା ମଧ୍ୟ ବେଦ ଶାସ୍ତ୍ର ର କଠିନ ସିଦ୍ଧାନ୍ତ ବୁଝି ନିଜର କଲ୍ୟାଣ କରିପାରିବେ । ସମ୍ପୂର୍ଣ୍ଣ ବିଶ୍ୱ ତାଙ୍କର ଯୋଗଦାନ ପାଇଁ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ ।
ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଙ୍କ ଦିବ୍ୟ କର କମଳ ଦ୍ୱାରା ପ୍ରତିଷ୍ଠିତ ବ୍ରଜ ଗୋପିକା ସେବା ମିଶନ ଗତ ୨୩ ବର୍ଷ ରୁ ପୂଜନୀୟା ରାସେଶ୍ୱରୀ ଦେବୀ ଜୀ ଏବଂ ସ୍ୱାମୀ ଶ୍ରୀ ଯୁଗଳ ଶରଣ ଜୀ ଙ୍କ କଠିନ ପରିଶ୍ରମ ଦ୍ୱାରା ଭାରତ ଏବଂ ବିଦେଶ ରେ ଭାରତୀୟ ସନାତନ ଦର୍ଶନ ର ପ୍ରଚାର ଏବଂ ପ୍ରସାର କରି ଆସୁଅଛି । ଆଜି ଆମେ ସମସ୍ତେ ମିଶି ବ୍ରଜ ଗୋପିକା ସେବା ମିଶନ ତରଫରୁ ଏହି ମହାନତମ ବିଭୁତି ଙ୍କୁ ତାଙ୍କ ଶତାବ୍ଦୀ ଜନ୍ମଦିନ ର କୋଟି କୋଟି ଶୁଭକାମନା ଦେଉଛୁ ଏବଂ ତାଙ୍କ ଚରଣକମଳ ରେ ପ୍ରଣାମ କରି କୃପା ପାଇଁ ପ୍ରାର୍ଥନା କରୁଛୁ ।