କଥା ଦେଇ କଥା ରଖୁନି ବିଏମସି? ଭୋକ ଉପାସରେ ଧାରଣା ଦେଇଛନ୍ତି ଦିବ୍ୟାଙ୍ଗ ।

64

କନକ ବ୍ୟୁରୋ: ଶୁଣ ବିଏମସି ଅଧିକାରୀ ବାବୁ । କାହିଁକି ଆମ ଦୁଃଖ ଆପଣଙ୍କୁ ଦେଖାଯାଉନି, ଆମେ ଭୋକ ପାଇଁ ସଘଂର୍ଷ କରିବୁ, ଭିକମାଗି ଭୋକ ମେଣ୍ଟାଇବାକୁ ଚାହୁଁନୁ । ୨୬ ଦିନ ଧରି ଖରା ଶୀତରେ ଆପଣଙ୍କ ଅଫିସ ଆଗରେ ବସିଛୁ । ଏଇ ଫୁଟପାଥରେ ରାତି କାଟୁଛୁ । ଆପଣ ଦେଖି କିଛି କାହିଁକି ଦେଖିପାରୁନାହାଁନ୍ତି । ଆମେ ଭିକ ମାଗିବାକୁ କହୁନୁ । ବରଂ ନିଜେ ଛୋଟମୋଟ ବ୍ୟବସାୟ କରି ସ୍ୱାବଲମ୍ବୀ ହେବାକୁ ଚାହୁଁଛୁ । ସେଥିପାଇଁ ଭେଣ୍ଡିଙ୍ଗ ଜୋନର ଦୋକାନର ଆବଶ୍ୟକ ଅଛି । ହକପାଇଁ ଧାରଣାରେ ବସିବା କଣ ଆମ ଭୁଲ ।

ଏମିତି ଅନେକ ପ୍ରଶ୍ନ ଏହି ଦିବ୍ୟାଙ୍ଗ ମାନଙ୍କ ମନରେ । ନା କର୍ତୁପକ୍ଷ ଦୁଃଖ ବୁଝୁଛନ୍ତି ନା ମେୟର ମାଡାମ । ପ୍ରତିଦିନ ସମସ୍ତେ ଏହି ବାଟ ଦେଇ ଅଫିସ ଯାଉଛନ୍ତି ,ସବୁ ହେଖୁଛନ୍ତି ହେଲେ କିଛି ହେଉନି । ଏମିତିରେ ୨୬ ଦିନ ହେଲାଣି ଧାରଣାକୁ କେଇଟାଦିନ ପରେ ମାସେ ହୋଇଯିବ । ତଥାପି ସବୁ ନିରବ । ଏହାରି ଭିତରେ ଦିବ୍ୟାଙ୍ଗ ମାନଙ୍କ ଧାରଣା ସର୍ମଥନ ଜଣାଇଛନ୍ତି ସାମାଜିକକର୍ମୀ । ଦିବ୍ୟାଙ୍ଗ ମାନେ ଧାରଣାରେ ବସୁଥିବାରୁ ସେମାନଙ୍କୁ ୨୪ ଘଣ୍ଟା ଜଗିକି ବସୁଛନ୍ତି ପୋଲିସ କର୍ମଚାରୀ । ଏହି ପ୍ରସଙ୍ଗରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ବାବୁ ମଧ୍ୟ ଚୁପ୍ ।

କଥାଦେଇ କଥା ରଖିବାରେ ଏତେ ବିଳମ୍ବ କାହିଁକି? ତେବେ ସବୁଦେଖି କାହିଁକି ଚୁପ୍ ବିଏମସି ? ମାନବିକତା ଭୁଲିଗଲାକି ବିଏମସି? କେବେ ଦୂର ହେବ ଦିବ୍ୟାଙ୍ଗଙ୍କ ଦୁଃଖ ତାହାରି ଉପରେ ନଜର ।