ଭୟ ଲାଗୁଛି ଭୁବନେଶ୍ୱରରେ! ଏଣିକି ନିଜ ସୁରକ୍ଷା ନିଜ ହାତରେ! ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା

211

କନକ ବ୍ୟୁରୋ: ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା । କେତେବେଳେ କାହା ଘର ଲୁଟେରାଙ୍କ ଟାର୍ଗେଟ ପାଲଟିବ ସେ କଥା କହିବା ମୁସ୍କିଲ । ଏକୁଟିଆ ଘର ହେଉ ଅବା ଆପାର୍ଟମେଣ୍ଟ, ସବୁଠି ଲୁଟେରାଙ୍କ ଭୟ । ଖାଲି ଘର ତ ଘର, ଏପରିକି ଘରେ ଥିବା ଅବସ୍ଥାରେ ବି ଲୁଟ ଘଟଣା କିଛିଦିନ ତଳେ ସାମନାକୁ ଆସିଥିଲା । ଏବେ ପୁଲିସ ଉପରୁ ଲୋକଙ୍କ ଭରଷା ଧିରେ ଧିରେ କମିବାରେ ଲାଗିଲାଣି । ଏକୁଟିଆ ଘର ଭିତରେ ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଅନ୍ତେବାସୀ ।

ଘରକୁ ଏକୁଟିଆ ଛାଡି କୁଆଡେ ବି ଯାଉ ନାହାଁନ୍ତି ଲୋକେ । ଘର ଭିତରେ ରହିଲେ ଅତି କମରେ ଦୁଇ ତିନୋଟି ତାଲା ପକାଇ ରହିବାକୁ ପଡୁଛି । କିଛିଦିନ ତଳେ ଲୁଟେରାଙ୍କ କବଳରେ ପଡିଥିଲେ ଏହି ମହିଳା । କିଛି ବୁଝିବା ଆଗରୁ ମୋବାଇଲ ଛଡାଇ ଚମ୍ପଟ ମାରିଥିଲେ ଲୁଟେରା । ସେବେଠାରୁ ସ୍କୁଟି ବ୍ୟବହାର କରୁଛନ୍ତି । ଆଉ ଲୁଟେରାଙ୍କ ଆତଙ୍କରେ ଭୟଭୀତ ହୋଇ କିଛି ଲୋକ ତାଙ୍କ ଘରେ ସିକ୍ୟୁରିଟି ଗାର୍ଡ ରଖିଥିବା କହିଛନ୍ତି ।

ଅନ୍ୟପଟେ ରାଜଧାନୀରେ ଲୁଟେରାଙ୍କ ଅରାଜକତା ବଢ଼ି ଚାଲିଥିବା କହିଛନ୍ତି ପୂର୍ବତନ ସିଟି ଡିଏସପି ଶରତ ସାହୁ । ଅପରାଧ ସଂଖ୍ୟା ବଢିବା ସହ ଲୋକମାନେ ଆଉ ସୁରକ୍ଷିତ ନଥିବା କହିଛନ୍ତି । ଆଉ ପୁଲିସ ଏହି ସବୁ କ୍ଷେତ୍ରରେ ସଫଳ ହୋଇ ପାରୁ ନଥିବା କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି…

  • ଭୁବନେଶ୍ୱରରେ ଲୁଟତରାଜ କରୁଥିବା ଏହି ଗ୍ୟାଙ୍ଗ କେଉଁଠୁ ଆସିଛି?
  • ଏମାନେ ରାଜ୍ୟ ବାହାରର ନା ରାଜ୍ୟ ଭିତରର ଲୁଟେରା?
  • କଣ ଏହି ଲୁଟେରାମାନେ ପୁଲିସ ଠାରୁ ଦୁଇ ପାଦ ଆଗରେ?
  • ଲୁଟେରାଙ୍କ ସୁରାକ କାହିଁକି ପାଉନି ପୁଲିସ?
  • ରାଜଧାନୀରେ ଏସବୁ କଣ ଚାଲିଛି?