ରାୟଗଡା କାଶୀପୁରରେ ଝାଡାବାନ୍ତି, ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

96

କନକ ବ୍ୟୁରୋ :  ରାୟଗଡା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ୭୨ ଘଣ୍ଟାରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ଟିମ ପଠାଇବାକୁ ମଧ୍ୟ କୁହାଯାଇଛି ।

ମନ୍ତ୍ରୀ କହିଛନ୍ତି, ଝାଡାବାନ୍ତି ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉ । ୭୨ ଘଣ୍ଟା ମଧ୍ୟରେ ଏନେଇ ଏକ ବିସ୍ତୁତ ରିପୋର୍ଟ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି ।