ଓବିସି ସଂରକ୍ଷଣ ପ୍ରସଙ୍ଗରେ ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ । କହିଲେ, ଓବିସି ବର୍ଗଙ୍କୁ ସଂକ୍ଷଣ ଦେବା ପାଇଁ ଓଡିଶା ସରକାରଙ୍କ ରହିଛି କେତେ ଆନ୍ତରିକତା

114

କନକ ବ୍ୟୁରୋ : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଲେଖିଛନ୍ତିି ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ୟ ଓବିସିଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାରଙ୍କ ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି ।
ଓଡିଶା ଉଚ୍ଚନ୍ୟାୟାଳୟରେ ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନ ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ । ଓବିସି ବର୍ଗ ପାଇଁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ସରକାର ଆଇନଗତ ଓ ଯୁକ୍ତିସଂଗତ ଦିଗରେ ଯିବାଭଳି ମନେ ହେଉ ନାହିଁ । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ରିଭ୍ୟୁ ପିଟିସନ କରିବାକୁ ଯାଉଥିବାରୁ ଆଗାମୀ ପଂଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଓଡିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟର ପୁନଃବିଚାର କରିବା ପାଇଁ କାହିଁକି ଆବେଦନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଓବିସି ସଂରକ୍ଷଣ ନେଇ ଓଡିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।