ଜଗତସିଂହପୁରରେ ନୂଆବର୍ଷ ପାଇଁ ଲାଗିଲା କଟକଣା । ୨୫ ଡିସେମ୍ବରରୁ ଜାନ୍ରୁୟାରୀ ୨ ଯାଏଁ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

141

କନକ ବ୍ୟୁରୋ : ଜଗତସିଂହପୁରରେ ବଡ଼ ଦିନ ଓ ନୂଆ ବର୍ଷ ପାଇଁ ଲାଗିଲା କଟକଣା । ବଡ଼ ଦିନ ଓ ନୂଆ ବର୍ଷ ସମେତ ୫ ଦିନ ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନ ମାନଙ୍କରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି । ନୂଆ ବର୍ଷରେ ଜିଲ୍ଲାର ମା’ ସାରଳାଙ୍କ ସନ୍ଦିର ସମେତ ଗୋରେଖ ନାଥ ପୀଠ ଆଦିରେ ପ୍ରବଳ ଗହଳି ହୋଇଥାଏ । ପ୍ରବଳ ଭିଡ ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳ ଏପରି କଟକଣା କରିଛନ୍ତି ।
ଯଦି କୌଣସି ବ୍ୟକ୍ତି ଉଲଂଘନ କରନ୍ତି ତେବେ ଉଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହା ସହ ଜିରୋ ନାଇଟ୍ ସେଲିବ୍ରେସନ୍ ମନା ହୋଇଛି । ହୋଟେଲ, ପାର୍କ, କ୍ଲବ, ମଣ୍ଡପ ଓ ଅନ୍ୟାନ୍ୟ ଜନସମାଗମ ସ୍ଥାନ ଗୁଡିରେ କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । ଘରେ ରହି ନୂଆ ବର୍ଷ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷ ପାଳନ କରିବା ପାଇଁ କୌଣସି ସ୍ଥାନରେ ପିକନିକ୍ ମଧ୍ୟ ହୋଇପାରିବ ନାହିଁ ।