ଗୁପ୍ତେଶ୍ୱର ପୀଠରେ ମହାଶିବରାତ୍ରୀର ମାହୋଲ । ଦର୍ଶନ ପାଇଁ ବାବାଙ୍କ ନିକଟରେ ଭକ୍ତଙ୍କ ଭିଡ

155

କନକ ବ୍ୟୁରୋ : କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ମହାଶିବରାତ୍ରୀର ମାହୋଲ । ଭକ୍ତିମୟ ପରିବେଶରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ । ଭୋରରୁ ଠାକୁରଙ୍କ ମହାସ୍ନାନ ପରେ ପାଟବେଶ, ଅଭିଷେକ, ଆଳତି, ବାଳଭୋଗ ପରେ ବାବା ଗୁପ୍ତେଶ୍ୱରଙ୍କ ସାହାଣମେଲା ଦର୍ଶନ କରୁଛନ୍ତି ଭକ୍ତ ।

ରାତି ୧୨ଟାରେ ହରିହର ଭେଟ ପରେ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି । ଶିବରାତ୍ରୀ ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଗୁପ୍ତେଶ୍ୱର ପୀଠକୁ ଆସିଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।