ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା ସିଂଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଲେ ସଂଜୟ ସିଂ

81

କନକ ବ୍ୟୁରୋ: ବିବାଦ ସତ୍ୱେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୁଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ପୂର୍ବରୁ ଉତରପ୍ରଦେଶର କୁସ୍ତି ସଂଘର ଉପସଭାପତି ଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅନିତା ସୋରେନଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ସଞ୍ଜୟ ୪୦ ଭୋଟ ପାଇଥିବା ବେଳେ ଅନିତା ୭ ଟି ଭୋଟ ପାଇଥିଲେ । ଏହାଦ୍ୱାରା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାଖୀ ମଲ୍ଲିକଙ୍କୁ ଝଟକା ଲାଗିଛି । ବ୍ରିଜ ଭୂଷଣଙ୍କୁ ଏମାନେ ବିରୋଧ କରିବା ସହ ଭାରତୀୟ କୁସ୍ତି ମହାସଂଘ ସଭାପତି ପରିବର୍ତନ କରିବାକୁ ଚାହୁଁଥିଲେ । କିନ୍ତୁ ବ୍ରିଜଭୁଷଣଙ୍କ ସହଯୋଗୀ ସଞ୍ଜୟ ସିଂ ସଭାପତି ନିର୍ବାଚିତ ହୋଇଛନ୍ତି । ବ୍ରିଜଭୂଷଣଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ପୂର୍ବରୁ ଦିଲ୍ଲୀରେ ବିକ୍ଷୋଭ କରିଥିଲେ । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟଥିଲା । କିନ୍ତୁ ଏବେ ପୁଣି ତାଙ୍କ ସହ ସହଯୋଗୀ ସଭାପତି ହୋଇଛନ୍ତି । ସେପଟେ ସଂଜୟ ନିର୍ବାଚିତ ହେବା ପରେ କଡ଼ା ପ୍ରତିକ୍ରିୟା ରଖିବା ସହ କୁସ୍ତି ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ ।