ବିରୋଧୀ-ଶାସକ ମୁହାଁମୁହିଁ: ସଂସଦ ପରିସରରେ ବିରୋଧୀଙ୍କ ହଲ୍ଲାବୋଲ

67

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ- ଶାସକ ଦଳ ମୁହାଁମୁହିଁ । ଉଭୟ ଗୃହରୁ୧ ୪୦ରୁ ଅଧିକ ସାଂସଦ ନିଲମ୍ବନ ପରେ ବିରୋଧୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛନ୍ତି । ଗୁରୁବାର ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ । ଇଣ୍ଡିଆ ମେଂଟ ତରଫରୁ ବାହାରିଥିବା ଏହି ଶୋଭାଯାତ୍ରା ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିରୋଧୀ ଦଳର ସାଂସଦ ସାମିଲ ହୋଇଥିଲେ । ସାଂସଦଙ୍କ ହାତରେ ଏକ ବଡ଼ ବ୍ୟାନର ଥିଲା । ଯେଉଁଥିରେ ଲେଖାଥିଲା, ‘ଗଣତନ୍ତ୍ର ବଂଚାଅ ଏବଂ ସଂସଦ ବନ୍ଦ, ଗଣତନ୍ତ୍ର ବହିଷ୍କୃତ’ । ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ଖଡଗେ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେପଟେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରୁଛି ବିଜେପି । ଦିଲ୍ଲୀ ଜନ୍ତର ମନ୍ତରରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଟିଏମ୍ସି ସାଂସଦ କ୍ଷମା ମାଗନ୍ତୁ ବୋଲି ବିଜେପ ଦାବି କରିଛି । ସେପଟେ ବିହାରରେ ବିଜେପି ସମର୍ଥକମାନେ କଲ୍ୟାଣ ବାନାର୍ଜୀଙ୍କ କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛି । ଏପଟେ ଧନଖଡଙ୍କ ପାଇଁ ଆଗକୁ ଆସିଛନ୍ତି ଚାଷୀ । ଧନଖଡ ଜଣେ ଚାଷୀ ଘରର ହୋଇଥିବାରୁ ଜନ୍ତରମନ୍ତରରେ ଚାଷୀ ସଂଗଠନ ଧନଖଡଙ୍କ ସମର୍ଥନରେ ଧାରଣା ଦେଇଛନ୍ତି ।

ସଂସଦରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରିନି । ଆଉ ବିନା ବିରୋଧୀରେ ଗୃହ ଚାଲୁଥିବାରୁ ଅନେକ ଅସନ୍ତୁଷ୍ଟ ମଧ୍ୟ ହୋଇଛନ୍ତି ।