ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ

128

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ପ୍ରତିକ୍ରିୟା ରଖିଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜରିୀୱାଲ । କେଜରୀୱାଲ କହିଛନ୍ତି, ରାଜନୈତିକ ଉଦେଶ୍ୟ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି । ସେ କିଛି ଲଚୁାଇନାହାଁନ୍ତି । ଗତ ୧୮ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା । ସମନରେ କେଜରୀୱାଲଙ୍କୁ ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଥିଲା । ଏହା ପୂର୍ବରୁ ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ । ପୂର୍ବରୁ ଏହି ମାମଲାରେ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଗିରଫ କରିଛି ଇଡି ।