ଭୁବନେଶ୍ୱରରୁ ଡେଲିଭରୀ ବୟ ନିଖୋଜ । ଡେଲିଭରୀ ଦେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ମୃତ୍ୟୁଞ୍ଜୟ

452

କନକ ବ୍ୟୁରୋ : ଭୁବନେଶ୍ୱର ଡୁମୁଡୁମା ହାଉସିଂବୋର୍ଡରେ ରହୁଥିବା ଫ୍ଲିପକାର୍ଟ ଡେଲିଭରୀ ବୟ ନିଖୋଜ । ୨ ଦିନ ହେବ ନିଖୋଜ ଅଛନ୍ତି ୨୪ ବର୍ଷୀୟ ମୃତ୍ୟୁଞ୍ଜୟ ମହାପାତ୍ର । ଶୁକ୍ରବାର ୧୦ଟାରେ ସେ ଡେଲିଭରୀ ଦେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି ।

ପରିବାର ଲୋକେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ପରେ ନିରାଶ ହୋଇଛନ୍ତି । ମୃତ୍ୟୁଞ୍ଜୟ ନିଖୋଜ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।