ପ୍ରଦୁଷଣ ମାତ୍ରା କମିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ, ସମାପ୍ତ ହେବ ୱାର୍କ ଫ୍ରମ ହୋମ

66

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚଳିତମାସ ଆରମ୍ଭରୁ ଲାଗାତର ପ୍ରଦୁଷଣ ବଢିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଥିଲେ । ହେଲେ ଏବେ ପ୍ରଦୁଷଣ ମାତ୍ର କମିବା ପରେ ସରକାର ୨୯ ତାରିଖରୁ ସମସ୍ତ ସ୍କୁଲ ପୁଣି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରଦୁଷଣକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିବା ୱାର୍କ ଫ୍ରମ ହୋମ ସୁବିଧା ୨୯ ତାରିଖରେ ଶେଷ କରାଯିବ ଓ ଏହିଦିନ ଠାରୁ ସମସ୍ତ କର୍ମଚାରୀ ପୂର୍ବଭଳି ଅଫିସ ଆସି କାମ କରିପାରିବେ । ଏହାସହ ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଗୋପାଳ ରାୟ କହିଛନ୍ତି ।

ପ୍ରଦୁଷଣ ସମସ୍ୟାକୁ ହୋଇଥିବା ରିଭ୍ୟୁ ବୈଠକ ପରେ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କି ପୂର୍ବ ୩ ଦିନ ମଧ୍ୟରେ ଦିଲ୍ଲୀରେ ପ୍ରଦୁଷଣର ସୂଧାର ଆସିଛି । ଦୀପାବଳି ପୂର୍ବରୁ ଦିଲ୍ଲୀର ସ୍ଥିତି ଯେଭଳି ଥିଲା ବର୍ତମାନ ସେହି ସ୍ଥିତିକୁ ଫେରିଛି । ଏହାସହ ଗୋପାଳ ରାୟ କହିଛନ୍ତି କି ଡିସେମ୍ବର ୩ ପର୍ଯ୍ୟନ୍ତ ଦିଲ୍ଲୀ ସହରକୁ ଟ୍ରକ ପ୍ରବେଶ କରିବା ଉପରେ ଲାଗିଥିବା କଟକଣା ଜାରି ରହିବ ।

କହିରଖୁ କି ଦିଲ୍ଲୀ ବଢୁଥିବା ପ୍ରଦୁଷଣକୁ ନେଇ ସୁପ୍ରିମ କୋର୍ଟ ଦିଲ୍ଲୀ ସରକାର ସହ କେନ୍ଦ୍ର ସରକାରଙ୍କ ଭତ୍ସନା କରିଛନ୍ତି । ଏହାପରେ ଦିଲ୍ଲୀ ଏନସିଆର ପ୍ରଦୁଷଣ ରୋକିବାକୁ ଅନେକ ପଦକ୍ଷେପ ନେଇଛି ।