ଏଣିକି ପେଟ୍ରୋଲ-ଡିଜେଲ ଗାଡି ସହ ମୁକାବିଲା କରିବ ଇଲେକ୍ଟ୍ରିକ୍ ଚାଳିତ ଯାନ । ବଢିବ ପ୍ରଡକ୍ସନ୍, କମିବ ମୂଲ୍ୟ

287

କନକ ବ୍ୟୁରୋ : ଆସନ୍ତା କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ଯାନର ମୂଲ୍ୟ କମିବ । ପେଟ୍ରୋଲ-ଡିଜେଲ ଚାଳିତ ଯାନ ସହ ସମକକ୍ଷ ହେବ ଇଲେକ୍ଟ୍ରିକ୍ କାର ଏବଂ ବାଇକ୍ । ଏକଥା ଆମେ କହୁନାହୁଁ, ଏକଥା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ କହିଛନ୍ତି ।
ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇଲେକ୍ଟ୍ରିକ୍ ଯାନ ଉପରେ ବଡ କଥା କହିଛନ୍ତି ନିତିନ୍ ଗଡକରି । ସେ କହିଛନ୍ତି, ଦେଶରେ ଇଲେକ୍ଟ୍ରିକ୍ ଯାନକ କମ୍ ଉତ୍ପାଦନ ପାଇଁ ଇଲେକ୍ଟ୍ରିକ୍ ଯାନ ଗୁଡିକର ମୂଲ୍ୟ ଅଧିକ ରହିଛି । କିନ୍ତୁ ଆଗକୁ ଏଥିରେ ପରିବର୍ତ୍ତନ ଆସିବ । ପାଖାପାଖି ୨୫୦ ଷ୍ଟାଟ୍ଅପ କମ୍ପାନୀ ଇଲେକ୍ଟ୍ରି ଯାନ ତିଆରି ଉପରେ ଲଗାତାର କାମ କରୁଛନ୍ତି । ସେହିପରି ଅନେକ ବଡ ବଡ ଅଟୋମୋବାଇଲ କମ୍ପାନୀରେ ଏହି ରେସରେ ସାମିଲ ହୋଇଯାଇଛନ୍ତି । ଏହାଦ୍ୱାରା କମ୍ପିଟିସନ୍ ବୃଦ୍ଧିପାଇବ ଆଉ ଇଲେକ୍ଟ୍ରିକ୍ ଯାନର ମୂଲ୍ୟ ତଳକୁ ଖସିବ ।
ଏହାସହିତ ନିତିନ ଗଡକରୀ କହିଛନ୍ତି, ଖୁବଶୀଘ୍ର ଭାରତ ସବୁଠୁ ବଡ ଇଲେକ୍ଟ୍ରିକ୍ ଯାନ ବଜାର ହେବ । ଆସନ୍ତା ୫ବର୍ଷ ମଧ୍ୟରେ ସରକାର ୬ଶହରୁ ଅଧିକ ସ୍ଥାନରେ ରୋସ ସାଇଡ୍ ସୁବିଧା କରିବକୁ ଯାଉଛନ୍ତି । ଏହାଦ୍ୱାରା ଇଲେକ୍ଟ୍ରିକ୍ ଯାନକୁ ଚାର୍ଜ କରିବା ସହଜ ହୋଇପାରିବ । ଏହାସହିତ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସର ଏକ କାର୍ଯ୍ୟକ୍ରମରେ ଇ-ଯାନ ଉପରେ କହିବା ସହ ଲୋକଙ୍କୁ ଏକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ସେ ପଚାରିଛନ୍ତି, ପରିବେଶକୁ ପ୍ରଦୂଷଣ କରୁଥିବା ଯାନ ବଦଳରେ ଯଦି ଆପଣମାନଙ୍କୁ କମ୍ ମେଣ୍ଟେନାନ୍ସ ଏବଂ ପ୍ରଦୂଷଣ ମୁକ୍ତ କାର-ବାଇକ୍ ଦିଆଯିବ ତେବେ ଆପଣମାନେ କଣ କରିବେ?