ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତୃତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କଲା ଇଡି, ହେଲେ ନାହିଁ ସିସୋଦିଆଙ୍କ ନାମ

922

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କୋର୍ଟରେ ତୃତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯାଇଛି । ଇଡି ତରଫରୁ ରାଜେଶ ଜୋଶୀ, ରାଘବ ମଙ୍ଗୁଟା ଓ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏନେଇ ଇଡି କହିଛି କି କୋର୍ଟରେ ଏହା ବିଭାଗ ତରଫରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ । ସେପଟେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଉପରେ ରାଓଜ ଏଭିନ୍ୟୁ କୋର୍ଟ ଏପ୍ରିଲ ୧୪ ତାରିଖରେ ଶୁଣାଣି କରିବ ।

ଇଡି ତରଫରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି କି, ଗୌତମ ମାଲହୋତ୍ରାଙ୍କୁ ଫେବୃଆରୀ ୭ତାରିଖ, ରାଜେଶ ଜୋଶୀଙ୍କୁ ଫେବୃଆରୀ ୮ ତାରିଖ ଓ ରାଘବ ମଙ୍ଗୁଟାଙ୍କୁ ଫେବୃଆରୀ ୧୦ ତାରିଖରେ ଗିରଫ କରାଯାଇଛି । ଏହାସହ ଏହି ମାମଲାର ଯାଂଚ ଏବେ ଜାରି ରହିଛି । ଏଣୁ ଆଗକୁ ଆହୁରି ଚାର୍ଜସିଟ୍ ଦାଖଲ କରାଯିବ । ଏହି ଚାର୍ଜସିଟରେ ଇଡି ତରଫରୁ ୫ଟି କମ୍ପାନୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି । ଏପର୍ଯ୍ୟନ୍ତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୋଟ ୨୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ସେପଟେ ତୃତୀୟ ଚାର୍ଜସିଟରେ ବି ମନୀଷ ସିସୋଦିଆଙ୍କ ନାମ ନଥିବା ଦର୍ଶାଇ ଆମ୍ ଆଦମୀ ପାର୍ଟି ତରଫରୁ ଇଡିକୁ ଭତ୍ସନା କରାଯାଇଛି । ହେଲେ ଇଡି କହିଛି କି ଚାର୍ଜସିଟରେ ନାମ ନାହିଁ ମାନେ ସିସୋଦିଆଙ୍କୁ କ୍ଲିନଚିଟ୍ ଦିଆଯାଇ ନାହିଁ । ଅଗାମୀ ଚାର୍ଜସିଟରେ ସିସୋଦିଆଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତମାନଙ୍କର ନାମ ସାମିଲ କରାଯିବ ବୋଲି ଇଡି କହିଛି ।