ଲଢୁଆ ବିମାନରେ ବସିବେ ରାଷ୍ଟ୍ରପତି । ଆସାମ ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

261

କନକ ବ୍ୟୁରୋ: ଯୁଦ୍ଧ ବିମାନରେ ବସି ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ବିମାନରେ ବସି ଉଡିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ଆସାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୬ ଏପ୍ରିଲରୁ ୨ ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି । ଏଠାରେ ୮ ତାରିଖ ଦିନ ସୁଖୋଇ ଯୁଦ୍ଧ ବିମାନରେ ବସିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡିଛନ୍ତି ।

ଲଢୁଆ ବିମାନରେ ବସିବେ ରାଷ୍ଟ୍ରପତି

  • ସୁଖୋଇ-୩୦ ଲଢୁଆ ବିମାନରେ ବସି ଉଡିବେ ରାଷ୍ଟ୍ରପତି
  • ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି
  • ୮ତାରିଖ, ଶନିବାର ଯୁଦ୍ଧବିମାନରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ
  • ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ
  • ପୁଣେ ଏୟାରବେସରୁ ଉଡାଣ ଭରିଥିଲେ ପୂର୍ବତନ ରାଷ୍ଟ୍ରପତି
  • ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ବି ସୁଖୋଇ-୩୦ରେ ବସିଥିଲେ
  • ସୁପରସୋନିକ ଲଢୁଆ ବିମାନରେ ବସି ୩୦ ମିନିଟ୍ ଧରି ଉଡିଥିଲେ ଅବ୍ଦୁଲ କଲାମ୍