ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଅଡୁଆରେ ବିଚାରପତି, ଦିଲ୍ଲୀ ହାଇକୋର୍ଟ କଲେ ନିଲମ୍ବିତ

649

କନକ ବ୍ୟୁରୋ : ରାଓଜ ଏବିନ୍ୟୁ କୋର୍ଟର ଜଣେ ଆଡିସିନାଲ ସେଶନ ଜଜ୍ ଜଣେ ମହିଳା ଷ୍ଟେନୋଗ୍ରାଫରଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠିଛି । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ସଂପୃକ୍ତ ବିଚାରପତି ଓ ମହିଳା ଷ୍ଟେନୋଗ୍ରାଫରଙ୍କୁ ନିଲମ୍ବିତ କରିଛନ୍ତି । ଏହାସହ ସରକାର ତୁରନ୍ତ ଏହି ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବାକୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭାଇରାଲ ହୋଇଥିବା ଏହି ଅଶ୍ଳୀଳ ଭିଡିଓ ଦିଲ୍ଲୀର ରାଓଜ ଏବିନ୍ୟୁ କୋର୍ଟର ଜଣେ ବିଚାରପତିଙ୍କର । ଭିଡିଓରେ ଅଭିଯୁକ୍ତ ବିଚାରପତି ନିଜ କ୍ୟାବିନରେ ଜଣେ ମହିଳା ଷ୍ଟେନୋଗ୍ରାଫରଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା ଆଦେଶ ଜାରି କରି କହିଛନ୍ତି କି ଏହା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ କରିବ । ଏହି କାରଣରୁ ସରକାର ତୁରନ୍ତ ଏହାକୁ ସୋସିଆଲ ମିଡିଆ ସାଇଟରୁ ବ୍ଲକ କରନ୍ତୁ ।

ଗଣମାଧ୍ୟମର ରିପୋର୍ଟ ମୁତାବକ ଅଶ୍ଳୀଳ ଭିଡିଓରେ ଦେଖାଯାଉଥିବା ବିଚାରପତି ଓ ମହିଳା ଷ୍ଟେନୋଗ୍ରାଫରଙ୍କୁ ନେଇ କୋର୍ଟ ପରିସରରେ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । ଅନୁମାନ କରାଯାଉଛି କି କୋର୍ଟରେ କାମ କରୁଥିବା କେହି ଜଣେ କର୍ମଚାରୀ ଏହି ଭିଡିଓକୁ ସିସିଟିଭି ଫୁଟେଜରୁ ଚୋରି କରି ଏହାକୁ ଭାଇରାଲ କରିଛି ।

ସେପଟେ ଭିଡିଓରେ ଦେଖାଯାଉଥିବା ମହିଳା ଜଣଙ୍କ ଏହି ଭିଡିଓକୁ ଫେକ୍ ବୋଲି କହିଛନ୍ତି । ଏହାସହ ଏହି ଭିଡିଓ ଭାଇରାଲ ହେବାରୁ ରୋକିବାକୁ ମହିଳାଜଣଙ୍କ କୋର୍ଟରେ ଆବେଦନ କରିଛନ୍ତି    ।