ବିଧାନସଭାରେ ପହଞ୍ଚିଲେ ଦୀପାଳି ଦାସ : ଗୃହକୁ ମୁଣ୍ଡିଆ ମାରି କଲେ ପ୍ରବେଶ; କିଛି ସମୟ ପରେ ନେବେ ଶପଥ

745

କନକ ବ୍ୟୁରୋ :ବିଧାନସଭାରେ ପହଞ୍ଚିଲେ ଦୀପାଳି ଦାସ । ଗୃହକୁ ମୁଣ୍ଡିଆ ମାରି କଲେ ପ୍ରବେଶ । କିଛି ସମୟ ପରେ ନବ ନିର୍ବାଚିତ ବିଧାୟିକା ଶପଥ ନେବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଉପ ବାଚସ୍ପତି ରଜନିକାନ୍ତ ସିଂହ ତାଙ୍କୁ ବିଧାୟିକା ଭାବେ ଶପଥପାଠ କରାଇବେ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।

ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ ।