କୋଟିପତି ଡାକ୍ତରଙ୍କ ପାଇଁ ଜାହାଜରେ ଡିଲ୍, ଭାଇରାଲ୍ ହେଉଛି ଭିଡିଓ । ଦିନକୁ ଦିନ ଫିଟୁଛି ଗୁମର

241

କନକ ବ୍ୟୁରୋ: ପାରାଦୀପ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବାରେ ଲାଗିଛି । ଡାକ୍ତରଙ୍କ କାରନାମାରେ ସହଯୋଗ କରୁଥିଲେ, ସନ୍ତୋଷ ସାହୁ ।

ସନ୍ତୋଷ ସାହୁ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଡାକ୍ତରଙ୍କୁ ସହଯୋଗ କରୁଥିଲେ । ସିବିଆଇ ଚଢ଼ାଉ କରିବା ଦିନ ସେ ପୁରୀ ଯାଇଥିବାରୁ ବର୍ତି ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । କେଉଁ ସିପିଂ କମ୍ପାନୀ କେତେ ଟଙ୍କା ଦେବ? କେଉଁ କ୍ୟାପଟେନ୍ ବିଦେଶୀ ସାମଗ୍ରୀ ଦେବେ? ତାର ଡିଲ୍ କରୁଥିଲେ ସନ୍ତୋଷ । ଏବେ ଏହି ଡିଲ୍ର ଭିଡ଼ିଓ ଭାଇରାଲ ସାମ୍ନାକୁ ଆସିଛି । ଜାହାଜ ଭିତରେ ଚାଲିଥିବା ଏହି ଡିଲ୍, ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଇସାରାରେ ହେଉଥିଲା । ଏସବୁ ଭିତରେ ଏକ ସିପିଂ କଂପାନର ଏଜେଂଟ ଡାକ୍ତରଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି । ଗିରଫ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ।