ବୟସ ୬୦, ଜେଲରେ ରହିଛନ୍ତି ୨୪ ବର୍ଷ । ହତ୍ୟା କରିବାକୁ ପଣ କରିଛି ଇସ୍ରାଏଲ

192

କନକ ବ୍ୟୁରୋ : ଇସ୍ରାଏଲ ତରଫରୁ ଶନିବାର ଦିନ ପାଲେଷ୍ଟାଇନର ଓସମା ବିନ୍ ଲାଡେନ କୁହାଯାଉଥିବା ହମାସର ଶୀର୍ଷ କମାଣ୍ଡର ୟାହ୍ୟା ସିନ୍ୱାରର ଠିକଣା ଖୋଜି ତାକୁ ହତ୍ୟା କରିବ ବୋଲି ପଣ କରିଛି । ସିନ୍ୱାର, ଯେ କି ଆମେରିକା ଦ୍ୱାରା ଘୋଷିତ ଜଣେ ଆତଙ୍କବାଦୀ ଓ ହମାସ ଭଳି ଏକ ଚରମପନ୍ଥୀ ସଂଗଠନର ଶୀର୍ଷ ନେତୃ୍ତ୍ୱ । ୬୦ ବର୍ଷିୟ ସିନ୍ୱାରଙ୍କୁ ଇସ୍ରାଏଲ ଅନେକ ଥର ଗିରଫ କରିଯାଇ ପାଖାପାଖି ୨୪ ବର୍ଷ ଇସ୍ରାଏଲ ଜେଲରେ ବନ୍ଦୀ କରି ରଖାଯାଇଥିଲା । ଇସ୍ରାଏଲ ସୈନିକ ଗିଲାଦ ଶାଲିତଙ୍କ ବଦଳରେ କଏଦୀମାନଙ୍କ ଅଦଳ ବଦଳ କ୍ରମରେ ସିନ୍ୱାରଙ୍କୁ ୨୦୧୧ ରେ ଇସ୍ରାଏଲ ମୁକ୍ତ କରିଥିଲା ।

ଅକ୍ଟୋବର ୭ ତାରିଖରେ ହମାସ ତରଫରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇ ୧୩୦୦ ଲୋକଙ୍କୁ ହତ୍ୟା କରିବା ମାମଲାରେ ଇସ୍ରାଏଲ ସିନ୍ୱାରଙ୍କୁ ଦୋଷୀ ବୋଲି କହୁଛି । ହମାସ ତରଫରୁ ଇସ୍ରାଏଲ ଉପରେ ଏହି ଆକ୍ରମଣକୁ ୧୯୭୩ ମସିହାରେ ୟୋମ କିପ୍ପୁର ଯୁଦ୍ଧ ପରେ ଭୟଙ୍କର ଯୁଦ୍ଧ ବୋଲି କୁହାଯାଉଛି । ଇସ୍ରାଏଲ ସେନାର ଲେଫ୍ଟନାଣ୍ଟ ଜେନରାଲ କର୍ନଲ ରିଚର୍ଡ ହେଚଟ୍ କହିଛନ୍ତି କି ୟାହ୍ୟା ସିନ୍ୱର ଏକ ଆତଙ୍କବାଦର ଚେହେରା    । ୟୁକେର ଡେଲି ମେଲ ରିପୋର୍ଟ ମୁତାବକ ଇସ୍ରାଏଲ ସେନାର ଜଣେ ପ୍ରବକ୍ତା କହିଛନ୍ତି କି, ଇସ୍ରାଏଲ ଉପରେ ହମାସ ଏଭଳି କ୍ରୁର ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ୟାହ୍ୟା ସିନ୍ୱର ଯିଏ କି ୯/୧୧ ଆମେରିକା ଆକ୍ରମଣର ଉସମା ବିନ୍ ଲାଡେନଙ୍କ ସହ ତୁଳନୀୟ ।

ସେପଟେ ଇସ୍ରାଏଲ ସେନା ଶନିବାର ଦିନ ଦାବି କରିଛି କି ହମାସର ୨ ଜଣ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଗୋଟିଏ ସପ୍ତାହ ପୂର୍ବରୁ ଇସ୍ରାଏଲ ସୀମା ଉପରେ ସେମାନେ ଘାତକ ଆକ୍ରମଣ କରିଥିବା କଥା ଇସ୍ରାଏଲ ସେନା ଦାବି କରିଛି ।