ଟ୍ୱିଟରରୁ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି। ମସ୍କଙ୍କଠୁ ନେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ୱିଟର ଡାଟା ବିକୁଛନ୍ତି ହ୍ୟାକର୍ସ।

72

କନକ ବ୍ୟୁରୋ: ଟ୍ୱିଟରରେ ପୁଣି ଥରେ ଚୋରି ହେଲା ଡାଟା । ହ୍ୟାକର୍ସ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି କରିଥିବା ଜଣାପଡିଛି । ଚୋରି କରାଯିବା ସହ ଏହାକୁ ଡାର୍କ ୱେବରେ ହ୍ୟାକର ବିକ୍ରି କରୁଥିବା ଜଣାପଡିଛି । ଏହା ପୂର୍ବରୁ ୫୪ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା । ୨ୟ ଥର ପାଇଁ ଏତେମାତ୍ରାରେ ଡାଟା ଚୋରି ଘଟଣା ଏଣିକି ଟ୍ୱିଟର ପାଇଁ ସମସ୍ୟା ଆଣିପାରେ ।

ୟୁଜର୍ସଙ୍କୁ କମ୍ପାନୀ ଫାଇନ ଦେବାକୁ ପଡିପାରେ ।  ସବୁଠୁ ଚିନ୍ତାର କଥା ହେଉଛି ଟ୍ୱିଟର ମାଲିକ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ  ଟ୍ୱିଟରରୁ ଡାଟା ଚୋରି ରହିଛି । ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ହ୍ୟାକର୍ସ ଟାର୍ଗେଟ କରିଛି ।