ତୁନିଶା ଶର୍ମା ମାଙ୍କ ଗୁହାରୀ: ମୃତ ଝିଅକୁ ମିଳୁ ନ୍ୟାୟ, କହିଲେ ପ୍ରେମ, ପ୍ରତାରଣ ତୁନିଶାଙ୍କ ମୃତ୍ୟୁର କାରଣ

134

କନକ ବ୍ୟୁରୋ: ନ୍ୟାୟ ମାଗୁଛି ମା । ଅକାଳେ ଝଡିପଡିଥିବା ଝିଅ ପାଇଁ ମା ମାଗୁଛି ନ୍ୟାୟ । ମୃତ ଝିଅ ସହ ଅନ୍ୟାୟ ହୋଇଛି । ମିଛ ପ୍ରେମର ନାଟକ କରି ଝିଅ ତାଙ୍କର ମାରିଛି ପ୍ରେମିକ । ପ୍ରେମ, ଛଳନା, ପ୍ରେମ ଓ ପ୍ରତାରଣ ଯୋଗୁଁ ୨୦ବର୍ଷ ବୟସରେ ଝିଅର ମୃତ୍ୟୁ ହୋଇଛି । ଅନ୍ୟ ଝିଅମାନଙ୍କ ସର୍ମ୍ପକ ରଖି ଧୋକା ଦେଇଥିବା ଯୋଗୁଁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିିଥିବା ଅଭିଯୋଗ କରିଛନ୍ତି । ଇଏ ହେଉଛନ୍ତି ଟେଲଭିଜନ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ବା ବନିତା । ଯିଏ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସି ଦୋଷୀକୁ ଦଣ୍ଡ ଓ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ତୁନିଶାଙ୍କ ବୟଫ୍ରେଣ୍ଡ ସିଜନା ଖାନଙ୍କ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ମୃତ ତୁନିଶାଙ୍କ ମା ଦାବି କରିଛନ୍ତି ।

ଟିଭି ଅଭିନେତ୍ରୀ ତୁନିଷାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସେପଟେ ବଢ଼ୁଛି ସନ୍ଦେହ । ସୁଟିଂସେଟ ତୁନିଷା ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ମାମଲାରେ ତୁନିଶାଙ୍କ ବୟଫ୍ରେଣ୍ଡ ତଥା କୋ-ଷ୍ଟାର ଶିଜାନ ମହମ୍ମଦ ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । ମାମଲାରେ ଏବେ ସୁଦ୍ଧା ୧୪ ଜଣଙ୍କ ବୟାନ ରେକର୍ଟ କରିଛି ପୋଲିସ । ତୁନିଷାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାର । ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି ।

ଟେଲିଭିଜନ ଦୁନିଆର ଏହି ୨୦ବର୍ଷ ବୟସର ନାୟିକା ଯେ ହଠାତ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଯିବେ ଏକଥା ତାଙ୍କ ସାଙ୍ଗସାଥୀ, ସର୍ମ୍ପକୀୟ, ସହ କଳାକାର କି ପରିବାର ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ । କିନ୍ତୁ ଏଇଟା ହିଁ ସତ ଯେ ତୁନିଶା ଶର୍ମାଙ୍କ ଅକାଳ ବିୟୋଗ ହୋଇଛି ଓ ତାଙ୍କ ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।

ତୁନିଷା ନୁହଁନ୍ତି କଳା ଦୁନିଆର ବହୁ ଅଭିନେତା ଅଭିନେତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେଉଛି । ନିକଟରେ ଅକ୍ଟୋବର ୧୬ରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଶାଳୀ ଠକର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ସେହିପରି ଜୁଲାଇ ୨୩ରେ ଭାବିଜି ଘର ପର ହୈ’ ଅଭିନେତା ଦିପେସ ଭାନଙ୍କୁ ମଧ୍ୟ ଆମେ ହରାଇଛନ୍ତି । ପ୍ରସିଦ୍ଧ କଣ୍ଠଶିଳ୍ପୀ କେକେଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେହିପରି ପଂଜାବୀ ସିଙ୍ଗର ତଥା ର୍ୟାପର ସିଦ୍ଧୁ ମୁସେୱାଲା , ବରିଷ୍ଠ ଅଭିନେତା ସଲିମ ଘୋଷଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ବହୁ ବଲିଉଡ଼ ତାରକାଙ୍କର ମୃତ୍ୟୁ ପରେ ଏବେ ତୁନିଷାଙ୍କ ମୃତ୍ୟୁ ଖବରକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।