ସମ୍ଭାବ୍ୟ ବାତ୍ୟା : ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ବଡ ସୂଚନା; ୨୩ରେ ସୃଷ୍ଟି ହେବ ସାଇକ୍ଲୋନିକ୍ ଷ୍ଟର୍ମ

246

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୨୩ ତାରିଖରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ଶରତ ସାହୁ । ବାତ୍ୟାକୁ ନେଇ ସମୁଦ୍ରରେ ପରିବେଶ ଅନୁକୂଳ ରହିଛି । ଆଉ ଏହା ପ୍ରଭାବରେ ୨୩ରେ ସ୍ୱଳ୍ପ ୨୪ ଓ ୨୫ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

– ୨୩ ତାରିଖରେ ହୋଇପାରେ ସାଇକ୍ଲୋନିକ୍ ଷ୍ଟର୍ମ
– ବାତ୍ୟା ପାଇଁ ସମୁଦ୍ର ପତନରେ ଅନୁକୂଳ ପରିବେଶ ରହିଛି
– ସମୁଦ୍ର ଉପରେ ତାପମାତ୍ରା ୨୮ କୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି
– ବାୟୁମଣ୍ଡଳରେ ପବନର ଉତାପ ମଧ୍ୟ ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ
– ମୌସୁମୀ ଫେରିବା ସମୟ ମଧ୍ୟ ବାତ୍ୟା ପାଇଁ ଅନୁକୂଳ
– ୨୩ରେ ଅଳ୍ପ ବର୍ଷା, ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା
– ଉପକୂଳ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ
– ଏହି ସମୟରେ ବାତ୍ୟାର ରିକର୍ଭ ହେବାର ସମ୍ଭାବନା କମ୍
– ଏହି ସମୟରେ ଅଧିକାଂଶ ବାତ୍ୟା ଓଡିଶା ଉପକୂଳ ଦେଇ ଯାଏ
– ତାପରେ ପଶ୍ଚିମବଙ୍ଗ ଦେଇ ଆଗକୁ ଯାଏ
– ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଗତିପଥ ଜଣାପଡିବ