ସାମୁଦ୍ରିକ ଝଡ଼ ‘ମେଣ୍ଡୋସ’ ନେଲା ଭୀଷଣ ବାତ୍ୟାର ରୂପ । ଆଜି ମଧ୍ୟ ରାତ୍ରିିରେ କରିପାରେ ଉପକୂଳ ଅତିକ୍ରମ , ଜାଣନ୍ତୁ ଓଡିଶାକୁ ଏହାର ପ୍ରଭାବ

191

କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମେଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ବେଗରେ ଗତି କରିବା ସହ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତି ସୁଦ୍ଧା ଏହା ଉତର ତାମିଲନାଡୁ, ପୁଡୁଚେରୀ ଓ ସଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଘଂଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବୋହିବା ସହ ମହାବଳୀପୁରମର ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ।