ଭିଜିଲାନ୍ସ ଜାଲରେ ଜିଏସଟିର ଅତିରିକ୍ତ କମିଶନର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ

110

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କଟକ ସିଟି ଆଣ୍ଡ ଜିଏସଟିର ଅତିରିକ୍ତ କମିଶନର ପୀୟୁଷକାନ୍ତ ପାଣି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ରେଡ ବେଳେ ତାଙ୍କର ଅମାପ ସମ୍ପତି ଥିବା ଠାବ କରାଯାଇଛି । ଏଥିମଧ୍ୟରେ ରହିଛି ଭୁବନେଶ୍ୱରରେ ୭ଟି ପ୍ଲଟ । ଏହାର ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ । ଭୁବନେଶ୍ୱର ଚକେଇସିଆଣିରେ ୩ ମହଲା କୋଠା ଥିବା ଚଢାଉ ବେଳେ ଜଣାପଡିଛି ।

ସେହିଭଳି ଯାଜପୁର ରୋଡରେ ପୀୟୁଷ ପାଣିଙ୍କ ୩ଟି ୩ ମହଲା କୋଠା ଓ ଗ୍ୟାରେଜ ଘର ଗୋଟିଏ ଏକ ମହଲା କୋଠା ରହିଛି । ଏହାର ମୂଲ୍ୟ ପ୍ରାୟ ୫୯ ଲକ୍ଷ ହେବ । ଭୁବନେଶ୍ୱର ଅନ୍ଧାରୁଆରେ ଏକ ଫାର୍ମ ହାଉସ ବି ରହିଛି । ପୀୟୁଷଙ୍କ ବ୍ୟାଙ୍କ ଓ ଇନସୁରାନ୍ସ ଜମାର ମୂଲ୍ୟ ୫୩ ଲକ୍ଷ ୬୩ ହଜାର ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ସେହିଭଳି ଚଢାଉ ବେଳେ ୬ଟି ଦାମୀ କାର ଓ ୮୩୯ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ଯାଜପୁର ରୋଡରେ ବି ୩ଟି ୩ ମହଲା କୋଠା ରହିଛି । ବର୍ତମାନ ବି ଚଢାଉ ଜାରି ରହିଛି ଓ ସମ୍ପତିର ଆକଳନ କରୁଛି ଭିଜିଲାନ୍ସ । ଆଜି ସକାଳୁ ପୀୟୁଷ ପାଣିଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ ।