ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମୃତ୍ୟୁ ଘଟଣା : ୨ ଅଭିଯୁକ୍ତ ଚିହ୍ନଟ ନେଇ ଏସଡିପିଓଙ୍କ ସୂଚନା । କୁଆଖିଳା ମୁଳାପାଳ ନିକଟ ଦିଆଖଣ୍ଡି ବିଲରୁ ମିଳିଥିଲା ମୃତଦେହ

ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ

686

ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେ ପୋଲିସ ଏନେଇ ବିଧିବଦ୍ଧ ସୂଚନା ଦେବ ବୋଲି କହିଛନ୍ତି ଏସଡିପିଓ ଚିନ୍ମୟ ନାୟକ ।
ଗତକାଲି ଝରାଫୁଲ ମୃତଦେହ ଯାଜପୁରର ଏକ ସ୍ଥାନରୁ ମିଳିଥିବା ବେଳେ ସିସିଟିଭିରେ ଏକ ଫୁଟେଜ୍ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଆଉ ଆଜି ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ