କମୁଛି ସଂକ୍ରମଣ ହଟୁଛି କଟକଣା : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା

97

କନକ ବ୍ୟୁରୋ : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା । କାରଣ କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିଛନ୍ତି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ ଦେଶବ୍ୟାପୀ କରୋନା ଟିକାକରଣ ଚାଲିଥିବାରୁ ନୂଆ ଏସଓପି ଜାରି କରାଯାଇଛି । ସୁଇମିଂ ପୁଲକୁ ମଧ୍ୟ ସମସ୍ତଙ୍କ ବ୍ୟବହାର ପାଇଁ ଅନୁମତି ମଳିବ । ଏଥିପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଫେବ୍ରୁଆରୀ ୧ ତାରିଖରୁ ୨୮ ତାରିଖ ଯାଏଁ କରୋନା କଟକଣା ଆହୁରି କୋହଳ ହେବ ବୋଲି ଏଥିରେ କୁହାଯାଇଛି ।

ଆହୁରି କୋହଳ ହେଲା କରୋନା କଟକଣା

ପୂର୍ବରୁ ଅଧା ଦର୍ଶକରେ ସିନେମା ହଲ ଓ ଥିଏଟର ଚଳାଇବାକୁ ଅନୁମତି ଦିଆଯାଇଥିଲା

ଏବେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଚାଲିପାରିବ ସିନେମା ହଲ, ଥିଏଟର

ଗୃହ ମନ୍ତ୍ରାଳୟ ସହ ଆଲୋଚନା କରି ଏସଓପି ଜାରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ଦେଶରେ ସୁଇମିଂ ପୁଲ କେବଳ ଖେଳାଳିଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା

ଏବେ ଏହାକୁ ସମସ୍ତଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କୁହାଯାଇଛି

ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ

ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ ସମାରୋହରେ ବଢିବ ଉପସ୍ଥିତି

ପୂର୍ବରୁ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ସମାରୋହ ପାଇଁ ଅନୁମତି ଦିଆଯାଇଥିଲା

ବନ୍ଦ କୋଠରୀରରେ ହେଉଥିବା ସମାରୋହରେ ସର୍ବାଧିକ ୨୦୦ ଲୋକ ଭାଗ ନେଉଥିଲେ

ଏବେ ଅଧିକ ଲୋକଙ୍କ ଉପସ୍ଥିତି ନେଇ ରାଜ୍ୟ ଗୁଡିକ ନୂଆ ଏସଓପି ଜାରି କରିପାରିବେ