ପୋଲିସ ହାତରେ ହାତକଡ଼ି : ମଦ ବ୍ୟବସାୟୀଙ୍କଠାରୁ ଧମକ ଦେଇ ଆଦାୟ କରୁଥିଲେ ଲାଂଚ; ୯ ହଜାର ଟଙ୍କା ଦାଦାବଟି ନେଉଥିବା ବେଳେ ଧରିଲା ଭିଜିଲାନ୍ସ

135

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ତହସିଲ କର୍ମୀଙ୍କ ଲାଂଚ କାରବାରର ଭାଇରାଲ ଭିଡିଓ ମାମଲାରେ ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ । ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଶଶି ଶେଖର ସେଠୀଙ୍କୁ ଚାକିରିରୁ ନିଲମ୍ବିତ କଲେ ଜିଲ୍ଲାପାଳ ଡାକ୍ତର ୟେଦୁଲା ବିଜୟ । ପଟ୍ଟା ଜମିକୁ ଅନଲାଇନ ରେ ଅପଡେଟ କରାଇ ୬ ଜଣ ବିକ୍ରେତାଙ୍କୁ ନୁତନ ପଟ୍ଟା ପ୍ରଦାନ କରିବା ଲାଗି ଦେଢ ଲକ୍ଷ ଟଙ୍କା ଡିଲ କରିଥିବା ଅଭିଯୋଗ ହୋଇଥିଲା । ଆଉ ୫୦ ହଜାର ଟଙ୍କା ପ୍ରଥମ କିସ୍ତି ଆକାରରେ ଗ୍ରହଣ କରୁଥିବା ସମୟର ଭିଡିଓ ସାମନାକୁ ଆସିଥିଲା ।

ଏନେଇ କନକ ନ୍ୟୁଜ ରେ ଖବର ପ୍ରସାରଣ ହୋଇ ଥିଲା । ଏହାର ଦିନକ ପୂର୍ବରୁ ସରକାରୀ ଜମିକୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ପଟ୍ଟା କରିବା ଅଭିଯୋଗରେ କାଲିମେଳା ତହସିଲର ରାଜସ୍ୟ ନିରୀକ୍ଷକ ସୁରେଶ ପୁଜାରୀ ଓ ଅନକ୍ରୋଚମେଣ୍ଟ ଦାୟିତ୍ୱରେ ଥିବା କିରାଣୀ ଦିବ୍ୟ ସିଂହ ପାଇକରାୟଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲାପାଳ । ଆଉ ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପଠା ଯାଇଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।