ବଢୁଛି କରୋନା ସଂକ୍ରମଣ: ପୁଡୁଚେରୀର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ।

91

କନକ ବ୍ୟୁରୋ: ପୁଡୁଚେରୀରେ ବଢୁଛି କରୋନା ସଂକ୍ରମଣ । ଏନେଇ ଆଗୁଆ ସର୍ତକ ହୋଇଛନ୍ତି ରାଜ୍ୟ ସରକାର । ପୁଡୁଚେରୀର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ବୃଦ୍ଧି ପରେ ଏଭଳି ନିଷ୍ପତି ନିଆଯାଇଛି । ସ୍କୁଲରେ ଶିକ୍ଷକ ଓ ଛାତ୍ରଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶରେ ଏବେ ଲଗାତର କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିପ୍ରତି ସବୁ ରାଜ୍ୟକୁ ସର୍ତକ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।