ଗଙ୍ଗାଜଳରେ ୧୮ ପତିଶତ ଜିଏସଟି ଲାଗୁ କରିବା କେନ୍ଦ୍ରର ନିଷ୍ପତିକୁ କଂଗ୍ରେସ ବିରୋଧ ।ଖଡ଼ଗେ କହିଲେ ଶ୍ରଦ୍ଧାଳୁଙ୍କ ଉପରେ ପଡିବ ବୋଝ

159

କନକ ବ୍ୟୁରୋ : ଗଙ୍ଗାଜଳ ଉପରେ ୧୮ ପତିଶତ ଜିଏସଟି ଲାଗୁ କରିବା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ ଆପତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଆମ ଭାରତୀୟଙ୍କ ଜୀବନରେ ଜନ୍ମଠୁ ନେଇ ମୃତ୍ୟୁ ଯାଏଁ ମୋକ୍ଷଦାୟିନୀ ମା ଗଙ୍ଗାଙ୍କ ଅନେକ ମହତ୍ୱ ରହିଛି, ହେଲେ ଆପଣଙ୍କ ସରକାର ଏଥିରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି, ଥରେ ମାତ୍ର ଭାବିଲେନି ଯେଉଁ ଲୋକ ନିଜ ଘର ପାଇଁ ଗଙ୍ଗା ଜଳ ମଗାନ୍ତି, ଏବେ ସେମାନଙ୍କ ଉପରେ କଣ ବୋଝ ପଡିବ । ଏହା କେବଳ ଲୁଟ୍ର ପରିଚୟ ବୋଲି ଅଭିଯୋଗ କରିଛନ୍ତି ଖଡଗେ    । ୫ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତିକୁ ନେଇ ତେଜିଲା ରାଜନୀତି । ଶାସକ ଦଳ ବିଜେପି ହିନ୍ଦୁ ଧର୍ମ ଓ ପରମ୍ପରାର ସୁରକ୍ଷାକୁ ନେଇ ରାଜନୀତି କରିଆସୁଛି । ଏପରି ସ୍ଥିତିରେ ଗଙ୍ଗାଜଳରେ ଜିଏସଟି ଲଗାଇବାକୁ ନେଇ ବିରୋଧୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାର ୨୦୧୬ ମସିହାରେ ଆପଣଙ୍କ ଦ୍ୱାରେ ଗଂଗାଜଳ ଯୋଜନା ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଖାଂଟି ଗଙ୍ଗା ଜଳକୁ ସହଜରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା ଏବଂ ଡାକଘରର ଆୟ ବୃଦ୍ଧି କରିବା । ଆରମ୍ଭରେ ଋଷିକେଶ ଏବଂ ଗାଙ୍ଗୋତ୍ରିରୁ ଆସୁଥିବା ୨୦୦ ଏବଂ ୫୦୦ ମିଲିମିଟିର ଗଙ୍ଗା ଜଳର ମୂଲ୍ୟ ଯଥାକ୍ରମେ ୨୮ ଏବଂ ୩୮ ଟଙ୍କା ଥିଲା । ଏବେ ଡାକ ବିଭାଗ ପକ୍ଷରୁ ଗାଙ୍ଗୋତ୍ରିର ୨୫୦ ମିଲିମିଟର ବୋତଲ ଗଙ୍ଗା ପାଣି ୩୦ ଟଙ୍କା ହୋଇଛି । କିନ୍ତୁ ଏବେ ସରକାର ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ଯେଉଁଥିପାଇଁ ଏହାର ମୂଲ୍ୟ ୩୫ ଟଙ୍କା ହୋଇଛି ।