ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଦଳ । ଭୁବନେଶ୍ୱରରୁ ୟାସିର୍ ନୱାଜ୍, ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା ।

641

କନକ ବ୍ୟୁରୋ: ଆସିଲା କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ସେହିପରି କେନ୍ଦୁଝର ଆସନ ପାଇଁ ମୋହନ ହେମ୍ବ୍ରମ, ବାଲେଶ୍ୱର ଆସନ ପାଇଁ ଶ୍ରୀକାନ୍ତ କୁମାର ଜେନା, ଭଦ୍ରକ ଆସନ ପାଇଁ ଅନନ୍ତ ପ୍ରସାଦ ସେଠୀ, ଯାଜପୁର ପାଇଁ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ତା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ସସ୍ମିତା ବେହେରା, କେନ୍ଦ୍ରାପଡା ପାଇଁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର ପାଇଁ ରବୀନ୍ଦ୍ର କୁମାର ସେଠୀ ଏବଂ ପୁରୀ ପାଇଁ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।