ରାହୁଲଙ୍କ ପାଇଁ ଏକାଠି ବିରୋଧୀ : ଖଡଗେଙ୍କ ନେତୃତ୍ୱରେ ସାମିଲ୍ ହେଲେ ୧୭ ବିରୋଧୀ ଦଳ

91

କନକ ବ୍ୟୁରୋ : ବିରୋଧୀଙ୍କୁ ଏକାଠୀ କରିଦେଲା ରାହୁଲ ଗାନ୍ଧୀ ପ୍ରସଙ୍ଗ । ଜଣେ ଆଉ ଜଣଙ୍କୁ ବିରୋଧ କରୁଥିବା ଦଳ ଓ ନେତା, ଏବେ ରାହୁଲଙ୍କ ପାଇଁ ଏକାଠି ହେଉଛନ୍ତି । ରାହୁଲଙ୍କ ସମର୍ଥନ ପାଇଁ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆରଜେଡି, ଏନସିପି, ସିପିଆଇଏମ୍, ଉଦ୍ଧବଙ୍କ ଶିବସେନା ଭଳି ୧୭ଟି ଦଳ ସାମିଲ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ମମତା ବାନାର୍ଜୀଙ୍କ ଟିଏମସିର ଭୂମିକା । କଂଗ୍ରେସର ବ୍ଲାକ୍ ପ୍ରୋଟେଷ୍ଟକୁ ସମର୍ଥନ ଜଣାଇଛି ତୃଣମୂଳ କଂଗ୍ରେସ । ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର, ବାଜପେୟୀଙ୍କ ଶବ୍ଦକୁ ଉଦ୍ଧାର କରି କହିଛନ୍ତି- ଛୋଟେ ମନ୍ ସେ କୋଇ ବଡ଼ା ନେଇ ହୋତା । କିନ୍ତୁ ବଡ଼ କଥା ହେଉଛି, ବିଜୁ ଜନତା ଦଳ ଏବଂ ଜଗନମୋହନ ରେଡ୍ଡିଙ୍କ ୱାଏସଆର୍ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନି ।