କଂଗ୍ରେସ ପ୍ରତିଷ୍ଠା ଦିବସରେ ପତାକା ଉତ୍ତୋଳନ ବେଳେ ରୋଚକ ଦୃଶ୍ୟ: ସୋନିଆଙ୍କ ହାତକୁ ଖସିପଡିଥିଲା ଦଳୀୟ ପତାକା

165

କନକ ବ୍ୟୁରୋ: ଆଜି ଭାରତୀୟ ଜାତୀୟ କଂଗ୍ରେସ ପାଳୁଛି ୧୩୭ତମ ପ୍ରତିଷ୍ଠା ଦିବସ । ଏନେଇ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତୋଳନ କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପହଁଚିଥିଲେ । ତେବେ ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦଳୀୟ ପତାକା ଉତୋଳନ କରୁ କରୁ ହଠାତ ଏହା ଛିଣ୍ଡିବା ସହ ସିଧା ସୋନିଆଙ୍କ ହାତକୁ ଖସିପଡିଥିଲା । ପାଖରେ ଥିବା କର୍ମୀ ପତାକାକୁ ପୁଣି ସଠିକ ସ୍ଥାନରେ ଲଗାଇବା ପାଇଁ ପ୍ରୟାସ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।