ପଞ୍ଜାବରେ ଶକ୍ତି ବଢାଇବାକୁ ବିଜେପିର ପ୍ରୟାସ, ଦଳରେ ସାମିଲ ହେଲେ ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ

107

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଦୀନେଶ ମୋଙ୍ଗିଆ ଏବେ ତାଙ୍କର ରାଜନୈତିକ ପାରି ଆରମ୍ଭ କରିଛନ୍ତି । ସେ ଆଜି ବିଜେପିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବିଶେଷ ଭାବେ ଦୀନେଶ ମୋଙ୍ଗିଆ ପଞ୍ଜାବରେ ରହୁଛନ୍ତି । ରାଜ୍ୟରେ ଆଗାମୀ ବର୍ଷ ନିର୍ବାଚନ ଥିବାରୁ ମୋଙ୍ଗିଆଙ୍କୁ ବିଜେପି କୌଣସି ବି ଆସନରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ଦିନେଶ ମୋଙ୍ଗିଆ ଭାରତୀୟ କ୍ରିକେଟ ଟିମ୍ ତରଫରୁ ୫୭ ଟି ଏକଦିବସୀୟ ମ୍ୟାଚ କଖେଳିଛନ୍ତି । ସେ ୨୦୦୭ ମସିହାରେ ଢାକା ଠାରେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ୨୦୧୯ ମସିହାରେ ମୋଙ୍ଗିଆ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ୨୦୦୩ ବିଶ୍ୱକପରେ ସେ ଭାରତୀୟ ଦଳ ତରଫରୁ ଭାଗ ନେଇଥିଲେ । ଦୀନେଶ ୨୦୦୧ ମସିହାରେ ଇଂଲଣ୍ଡ ବିରୋଧରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ମୋଙ୍ଗିଆ ପାଖାପାଖି ୬ ବର୍ଷ ଧରି ଟିମ୍ ଇଣ୍ଡିଆରେ ଭାଗ ନେଇଥିଲେ । ସେ ୫୭ ଟି ଏକଦିବସୀୟ ମ୍ୟାଚ ଖେଳି ଗୋଟିଏ ଶତକ ଓ ୪ ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଏକଦିବସୀୟ ମ୍ୟାଚରେ ତାଙ୍କ ନାମରେ ୧୨୩୦ ରନ ରହିଥିବା ବେଳେ ସେ ୧୪ ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

 

କହିରଖୁ କି ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସରେ ଚାଲିଥିବା ଦଳୀୟ କନ୍ଦଳରୁ ଉଭୟ ଆମ୍ ଆଦମୀ ପାର୍ଟି ଓ ବିଜେପି ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ।