ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ

125

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ପାଇଁ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଗୁରୁବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବୈଠକ ବସିଥିଲା ଓ ବୈଠକରେ ହିଁ ଆସନ ବୁଝାମଣା ବାବଦରେ ଫଇସଲା ନିଆଯାଇଥିବା ସୂଚନା ମିଳିଛି । ତେବେ ଉଭୟ ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇନି । ପୂର୍ବରୁ ପଂଜାବରେ ଆମ ଆଦମୀ ପାର୍ଟି ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ କଂଗ୍ରେସ ସହ ଆପ ସର୍ମ୍ପକକୁ ନେଇ ପ୍ରଶ୍ନ ଉଠିଥିଲା ।ତେବେ ଆପ ମୁଖ୍ୟ କେଜ୍ରିୱାଲ କହିଥିଲେ କଂଗ୍ରେସ ସହ କୌଣସି ମତଭେଦ ନାହିଁ । ଏହା ଭିତରେ ଦିଲ୍ଲୀ ପାଇଁ ଆସନ ବୁଝାମଣା କଂଗ୍ରେସ ପାଇଁ ଏକ ଆଶ୍ୱସ୍ତି ନିଶ୍ଚୟ ।