ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ , ଅହମଦାବାଦରେ ରୋଡ ଶୋ, ମେହସାଣ ବାଲିନାଥ ମନ୍ଦିରରେ କଲେ ଶିବ-ଆରାଧନା

76

କନକ ବ୍ୟୁରୋ : ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ । ଅହମଦାବାଦରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେଇଛନ୍ତି । ରୋଡ ଶୋଠୁ ନେଇ ପ୍ରଦର୍ଶନ ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀ ଶିବପୂଜା କରିଛନ୍ତି । ଏଠାକାର ପ୍ରସିଦ୍ଧ ଶିବମନ୍ଦିରରେ ପହଁଚି ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି । ମେହସାଣରେ ରୋଡ ଶୋ କରିବା ସମୟରେ ରୋଡର ଉଭୟ ପାଶ୍ୱର୍ରେ ଶହ ଶହ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ପରେ ବାଲିନାଥ ଶିବମନ୍ଦିରରେ ପୂଜା କରିଥିଲେ । ଏଥିସହ ରାଜ୍ୟକୁ ୪୮ହଜାର କୋଟିର ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ବିକାଶମୂଳକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଦୁଇ ଦିନ ପରେ ପୁଣି ଥରେ ଗୁଜରାଟରେ ପହଁଚି ବହୁପ୍ରତିକ୍ଷିତ ସିଗ୍ନେଚର ପୋର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।