ସ୍ୱର୍ଣ୍ଣ ପଦକ ଜିତିବା ପରେ ସୁନାପୁଅ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଜଣାଇଲେ ଅଭିନନ୍ଦନ

193

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭଲିନ ଥ୍ରୋରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା ।

ପ୍ରଧାନମନ୍ତ୍ରୀ ନୀରଜଙ୍କ ପ୍ରଶଂସା କରି କହିଛନ୍ତି, ଟୋକିଓରେ ଇତିହାସ ରଚିଲେ ନୀରଜ ଚୋପ୍ରା । ନୀରଜଙ୍କ ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ । ଯୁବ ନୀରଜ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ଦୃଢ ବିଶ୍ୱାସ ଓ ଉଲ୍ଲେଖନୀୟ ମନୋବଳ ସହ ପ୍ରଦର୍ଶନ କରିଛନ୍ତି ।

ସେହିପରି ରାଷ୍ଟ୍ରପତି କହିଛନ୍ତି, ନୀରଜଙ୍କ ସ୍ୱର୍ଣ୍ଣ ପଦକ ବିଜୟ ଇତିହାସ ସୃଷ୍ଟି କରିଛି । ନୀରଜଙ୍କ ସଫଳତା ଯୁବପୀଢିଙ୍କୁ ଅନୁପ୍ରାଣିତ କରିବ । ସାରା ଭାରତ ହୃଦୟର ସହ ନୀରଜଙ୍କୁ ଶୁଭକାମନା ଜଣାଉଛି ।