ଖୁବଶୀଘ୍ର ବଜାରକୁ ଆସିବ ଇଲେକ୍ଟ୍ରିକ୍ ବାଇକ, ଥରେ ଚାର୍ଜ କଲେ ଚାଲିବ ୨୫୦ କି.ମି

536

କନକ ବ୍ୟୁରୋ : ଗୋଟେପଟେ ବଢୁଥିବା ପେଟ୍ରୋଲ ଦରକୁ ନଜରରେ ରଖି ଗ୍ରାହକମାନେ ଏବେ ଇଲେକ୍ଟ୍ରି ବାଇକକୁ ପସନ୍ଦ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ବଜାରରେ ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟର ଉପଲବ୍ଧ ହେଉଛି ।ଯାହାର ମାଇଲେଜ ଅର୍ଥାତ ଗୋଟିଏଥର ଚାର୍ଜ କଲେ ତାହା ୮୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଛି । ହେଲେ ଇଲେକ୍ଟ୍ରିକ ବାଇକ ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଉପଲବ୍ଧ ହୋଇନାହିଁ । ତେଣୁ ଏବେ କୋମାକୀ କମ୍ପାନୀ ତରଫରୁ ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିବାକୁ ଯାଉଛି ।

କୋମାକୀ ଏକ ଇଲେକ୍ଟ୍ରିକ ବାଇକ ନିର୍ମାତା କମ୍ପାନୀ । ଯେକି ଖୁବଶୀଘ୍ର ଭାରତୀୟ ବଜାରରେ ଦୁଇ ଚକିଆ ଇଲେକ୍ଟ୍ରିକ୍ ବାଇକ ଲଂଚ କରିବାକୁ ଯାଉଛି । ଏହି ଇଲେକ୍ଟ୍ରିକ୍ ମୋଟର ସାଇକେଲ ରେଂଜ କ୍ରୁଜର ଷ୍ଟାଇଲରେ ହେବ । ଏହା ଦେଖିବାକୁ ବି ଖୁବ ସୁନ୍ଦର । ସବୁଠାରୁ ବଡକଥା କି ଏହି ବାଇକର ବ୍ୟାଟେରୀକୁ ମାତ୍ର ଥରେ ଚାର୍ଜ କଲେ ଏହା ୨୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ଆସନ୍ତାମାସରେ ଲଂଚ ହେବ ।  କୁହାଯାଉଛି କି କମ୍ପାନୀ ଏହି ଗାଡି ସହ ଏକ ୪ କିଲୋୱାଟର ବ୍ୟାଟେରୀ ଦେଇପାରେ । ଏହାସହ ଗାଡିକୁ ନେଇ କମ୍ପାନୀ ଅନେକ ବଡ ବଡ ଦାବି କରୁଛି ।