ଜିଲ୍ଲାପାଳଙ୍କ ଫିଲ୍ମ ଷ୍ଟାଇଲ୍ ବାହାଘର । ମେହେନ୍ଦୀ ସେରିମନିରେ ରୋମାଣ୍ଟିକ୍ ଗୀତରେ ନାଚିଲେ

46,690

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ବିବାହ ପୂର୍ବରୁ ମେହେନ୍ଦି ସେରିମନିରେ ନଜର ଆସିଛନ୍ତି ଦୁଇ କଲେକ୍ଟର । ଗତକାଲି ମେହେନ୍ଦି ସେରିମନି ଥିବା ବେଳେ ଆଜି ତାଙ୍କର ବିବାହ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ଗୌହାଟିର ଏକ ରିସୋର୍ଟରେ ମେହେନ୍ଦି ସେରିମନି ଆୟୋଜନ ହୋଇଥିଲା । ଯେହେତୁ ଅନନ୍ୟା ଦାସଙ୍କ ଘର ଆସାମ ତେଣୁ ଗୌହାଟିରେ ବିବାହ କାର୍ଯ୍ୟ ପାଇଁ ସବୁ ପ୍ରସ୍ତୁତି ହୋଇଛି । ଏକ ହିନ୍ଦୀ ଗୀତରେ କପୁଲ ଏକାଠି ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି ।

ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆସାମ ଝିଅ ଅନନ୍ୟା ଦାସ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଓଡ଼ିଶାରେ ପଢ଼ିଥିବା ଚଂଚଳ ରାଣା ବର୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଂଚଳ ରାଣା । ବଲାଙ୍ଗିର ଜିଲ୍ଲାପାଳ ଥିବା ଚଂଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଏନଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଚଂଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଳବରେ ସଫଳତା ପାଇଁ ଚର୍ଚ୍ଚାରେ ଥିଲେ । ସଫଳତା ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ ଚଂଚଳ ରଣା । ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ତମ ର୍ୟାଙ୍କ ପାଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ ।