ଭୋଟ ଦେବା ପାଇଁ ଯିବାକୁ ପଡି଼ବନି ମତଦାନ କେନ୍ଦ୍ର । ଘରକୁ ଆସିବେ ପୁଲିଂ ଅଧିକାରୀ । ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ।

82

କନକ ବ୍ୟୁରୋ: ଏଣିକି ମତଦାନ କେନ୍ଦ୍ର ନୁହଁ , ଘରେ ବସି ଦେଇପାରିବେ ଭୋଟ । ଆଉ ଭୋଟ ସଂଗ୍ରହ ପାଇଁ ଘରେ ପହଞ୍ଚିବେ ପୁଲିଂ ଅଧିକାରୀ । ବାଲାଟ ପେପର ସହ ସିଲ ବକ୍ସ ଧରି ପୁଲିଂ ଅଧିକାରୀ ପହଞ୍ଚିଲେଣି ଘରକୁ । ଏହି ଘରୁ ସଂଗ୍ରହ ହେବ ଭୋଟ । ଭୋଟ ଦେବେ ଦିବ୍ୟାଙ୍ଗ ଡ. ଶୃତି ମହାପାତ୍ର । ଇଭିଏମ ନୁହଁ ବାଲାଟ ପେପରରେ ସଂଗ୍ରହ ହେବ ଭୋଟ । ବାଲାଟ ପେପରରେ ଭୋଟରମାନେ କିପରି ଭୋଟ ଦେବେ ସେନେଇ ପ୍ରଥମେ ବୁଝାଇ ଦେଉଛନ୍ତି ପୁଲିଂ ଅଧିକାରୀ । ପ୍ରଥମେ ସାଂସଦ ପାଇଁ ଓ ଏହା ପରେ ବିଧାୟକଙ୍କ ପାଇଁ ଦେବେ ଭୋଟ । ବିଗତ ଦିନରେ ଭୋଟ ଦେବା ପାଇଁ ବହୁ ସମସ୍ୟା ହେଉଥିଲା ବୋଲି କହିଛନ୍ତି ଶୃତି ମହାପାତ୍ର । କିନ୍ତୁ ଭୋଟ ଦେବାର ଏହି ନୂଆ ବ୍ୟବସ୍ଥା ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ବହୁ ସହାୟକ ହେବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିଭଳି ଅନ୍ୟ ଜିଲ୍ଲାରେ ବି ସମାନ ଶୈଳୀରେ ଭୋଟ ଗ୍ରହଣ କରାଯାଉଛି । କେଉଁ ଜିଲ୍ଲାରେ କେତେ ଦିବ୍ୟାଙ୍ଗ ତଥା ୮୫ ବର୍ଷରୁ ଉଦ୍ଧ୍ୱର୍ ବୟସର ଭୋଟର ଅଛନ୍ତି ସେନେଇ ସର୍ଭେ କରାଯାଇଥିଲା । ତେବେ ଭୋଟ ଗ୍ରହଣ ପୂର୍ବରୁ ଭୋଟରମାନଙ୍କ ପାଖକୁଯାଇ ସେମାନଙ୍କଠାରୁ ସ୍ୱୀକୃତି ଗ୍ରହଣ କରାଯାଇଥିବା ନେଇ ପୁଲିଂ ଅଧିକାରୀ କହିଛନ୍ତି ।