ତେଲ ଟାଙ୍ଗିରେ ପେଟ୍ରୋଲ ଓ ଡିଜେଲର ଅଭାବ : ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତେଲ ଯୋଗାଣ ବାଧାପ୍ରାପ୍ତ

74

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଆନ୍ଦୋଳନ ଯୋଗୁ ବେଶ ପ୍ରଭାବିତ ହୋଇଛି ଜନଜୀବନ । ପରିବହନ ବ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି । ବନ୍ଦ ଯୋଗୁ ଆସିପାରୁନି ତେଲ ଟ୍ୟାଙ୍କର ଗାଡି । ୨ ହଜାରରୁ ଅଧିକ ଟ୍ୟାଙ୍କର ଗାଡି ଅଟକି ରହିଛି । ପରିବହନ ସ୍ୱାଭାବିକ ନହେଲେ ଆମ୍ବୁଲାନ୍ସ, ଅଗ୍ନିଶମ , ପୁଲିସ ଗାଡି ମଧ୍ୟ ତେଲ ଅଭାବରୁ ଚାଲିପାରିବନି । ଏହିଭଳି ଆନ୍ଦୋଳନ ଆଗ୍କୁ ଜାରି ରହିଲେ ଖୁବଶୀଘ୍ର ସରିଯିବ ପେଟ୍ରୋଲ ଓ ଡିଜେଲ ।

ଅଟକ ରହିଥିବା ଟ୍ୟାଙ୍କର ଯୋଗେ ପାରାଦୀପ, ବାଲେଶ୍ୱର ଝାରସୁଗୁଡା ଓ ଜଟଣୀ ଡିପୋରୁ ସାରା ରାଜ୍ୟକୁ ପରିବହନ କରାଯାଏ ପେଟ୍ରୋଲ ଓ ଡିଜେଲ । ହେଲେ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲାଣି ତେଲ ପରିବହନ । ଏବେଠାରୁ ଭୁବନେଶ୍ୱରରେ ବନ୍ଦ ହେବାକୁ ଆରମ୍ଭ ହେଲାଣି ପେଟ୍ରାଲ ପମ୍ପ । ଡିପୋରେ ଅଟକିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର । ତେବେ ଲୋକେ ବ୍ୟସ୍ତ ହୋଇ ଏବେଠାରୁ ପେଟ୍ରୋଲ ଡିଜେଲ କିଣିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସାରା ରାଜ୍ୟରେ ସରିଯିବ ତେଲ ।

ରାଜ୍ୟରେ ଦିନକୁ ୬ହଜାର କିଲୋ ଲିଟର ପେଟ୍ରୋଲ ଓ ୨ହଜାର ୭୫୦ କିଲୋ ଲିଟର ପେଟ୍ରୋଲ ଆବଶ୍ୟକ ହେଉଛି । ତେଲ ଟାଙ୍କିରେ ୩ ଦିନ ପାଇଁ ଗଚ୍ଛିତ ଥିବା ତେଲ ସବୁ ସରିବାକୁ ଆରମ୍ଭ ହେଲାଣି । । ଏନେଇ ଏବେଠାରୁ ସ୍ଥିତି ନସୁଧୁରିଲେ ରାଜ୍ୟରେ ସବୁ ଟାଙ୍କି ବନ୍ଦ ହୋଇଯିବାର ଆଶଙ୍କା ରହିଛି ।