ଆଜିଠୁ ୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ୩୦ରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀରେ ଯାଗଦେବେ
କନକ ବ୍ୟୁରୋ : ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁଯାୟୀ ନବୀନ ଆଜି ଦିନ ୧ଟା ୩୦ ବେଳେ ଦିଲ୍ଲୀ ଗସ୍ତରେ ଯିବେ । ଏପ୍ରିଲ ୩୦ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହେବ । ଏଥିରେ ଯୋଗଦେବେ ନବୀନ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରମନ୍ନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମେ ୧ରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାବେଳେ ୨ତାରିଖରେ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୩ତାରିଖ ଅପରାହ୍ନ ୧ଟା ୩୦ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ଅଛି । ସୂଚନାଯୋଗ୍ୟ ଯେ, ୨୦୧୬ ପରେ ପ୍ରଥମ ଥର ଏପରି ସମ୍ମିଳନୀ ହେବାକୁ ଯାଉଛି ।