ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା : ସମ୍ମେଟିଭ୍-୨ ପରୀକ୍ଷା ଦେବେ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ

142

କନକ ବ୍ୟୁରୋ : ଆଜିଠାରୁ ମାଟ୍ରିକ ପରୀକ୍ଷା । ସମ୍ମେଟିଭ-ଟୁ ପରୀକ୍ଷା ଦେବେ ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରିଛି ବୋର୍ଡ ।

ରୋକିବା ଚାରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ରହିଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି । ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ସେହିପରି ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି ।

ର୍ଟ-୨ସବ୍‌ଜେକ୍ଟିଭ୍ ପରୀକ୍ଷା ୯ଟା ୧୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌କୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରି‌ନ୍‌ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୭ଟା ମଧ୍ୟରେ ସମସ୍ତ ପରୀକ୍ଷା ‌କେନ୍ଦ୍ରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ପକ୍ଷରୁ ୪ସ୍ତରୀୟ ସ୍କ୍ବାଡ୍ ଗଠନ ହୋଇଛି । ପରୀକ୍ଷା ସରିବାର ୨ଘଣ୍ଟା ମଧ୍ୟରେ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ‌କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ବୋର୍ଡ କାର୍ଯ୍ୟାଳୟକୁ ଅନଲାଇନରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ମାଟ୍ରିକ୍ ପରୀକ୍ଷା ସୁପରିଚାଳନାରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିବାକୁ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ପରାମର୍ଶ ଦେଇଛନ୍ତି ।