କନକ ବ୍ୟୁରୋ : ଦୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଭେଚ୍ଛା ଜଣାଇଛନ୍ତି । ଏସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ କଥା ହୋଇଥିବାରୁ ସେ ଖୁସୀ ବ୍ୟକ୍ତି କରିଛନ୍ତି । ଏବଂ ଏହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ମୁର୍ମୁ ମହିଳା ଶସକ୍ତିକରଣ କ୍ଷେତ୍ରରେ ଦେଶ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀ ଏହି ଟୁଇଟରୁ ସ୍ପଷ୍ଟ ହୋଇଯାଉଛି ଯେ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବେ । ଆଉ ଓଡ଼ିଶାରୁ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ହେବେ । ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦ୍ରୌପଦୀ ମୁର୍ମୁ ।
୨୦୧୫ ମସିହାରେ ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ । ଓଡ଼ିଶାର ସାନ୍ତାଳ ଆଦିବାସୀ ସଂପ୍ରଦାୟର ଦ୍ରୌପଦୀ ଜଣେ ଶିକ୍ଷୟିତ୍ରୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ । ବିଜେପି ଆଦିବାସୀ ମୋର୍ଚ୍ଚା ଉପସଭାପତି ପଦ ସମ୍ଭାଳିବା ପରେ ୨୦୦୦ ଏବଂ ୨୦୦୯ ମସିହାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ ।