ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ! ରାଜ୍ୟସ୍ତରୀୟ ମିଶନଶକ୍ତି ସମ୍ମିଳନୀରେ ଦେବେ ଉଦବୋଧନ

143

କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜଗନ୍ନାଥ ଧାମରେ ଅଛି ମେଗା ସୋ’ କରିବେ ନବୀନ । ମିଶନ ଶକ୍ତିର ମହାସମାବେଶରେ ପାଖାପାଖି ୬୦ ହଜାର ମହିଳାଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଜରିଆରେ ଶକ୍ତି ପ୍ରଦର୍ଶନ କରିବେ ନବୀନ । ମିଶନ ଶକ୍ତି ଜରିଆରେ ଶକ୍ତି ପ୍ରଦର୍ଶନ କରିବେ ନବୀନ । ମହିଳାଙ୍କୁ ଅସ୍ତ୍ କରି ଶକ୍ତି ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କାଉଁଟର କରିବା ପାଇଁ ହୋଇଛି ରଣନୀତି । ସେପଟେ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜଗନ୍ନାଥ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

image courtesy – www.india.com

ପୁରୀର ତାଳବଣିଆ ସ୍ଥିତ ତାଳବଣିଆ ସ୍ପୋଟସ କମ୍ଲେକ୍ସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ୨୯ ହଜାର ଏନଏସଜି ଗ୍ରୁପ ସାମିଲ ହେବେ । ଏଠାରେ ମିଶନ ଶକ୍ତି ମହାସମାବେଶକୁ ସମ୍ମୋଧିତ କରିବେ । ତେବେ ଆଜି କାର୍ଯ୍ୟକ୍ରମରେ ଏନଏସଜି ସଭ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରତି ଏନଏସଜି ଗ୍ରପକୁ ୧୫ ହଜାର ଟଙ୍କାର ସିଡ଼ମନି ସହାୟତା ଦିଆଯିବ । ପ୍ରତି ବ୍ଲକ୍ ସ୍ତୀରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀଙ୍କୁ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।