ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ବିମାନ : ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

152

କନକ ବ୍ୟୁରୋ : ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡ଼ାଣର ଶୁଭାରମ୍ଭ । ଭିସିରେ ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଛାଡ଼ିଲା ପରେ ବିମାନଟି ପୂର୍ବାହ୍ନ ୧୧ଟା ୪୦ରେ ରାଉରକେଲାରେ ପହଞ୍ଚିବ । ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ ।

ଆସନ୍ତା ୧୨ ତାରଖରୁ ଏହି ବିମାନ ଦୈନିକ ଚଳାଚଳ କରିବ । ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ । ଭୁବନେଶ୍ୱରରୁ ରାଉରକେଲା ଟିକଟର ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି ।