ଓମିକ୍ରନ ନେଇ ସତର୍କ କଲେ ବୌଜ୍ଞାନିକ : କହିଲେ, ପ୍ରଥମ ପର୍ଯ୍ୟାୟରେ ଭୂତାଣୁର କମ ପଡିଥାଏ ପ୍ରଭାବ, ମାକ୍ସ ପିନ୍ଧିବାକୁ ଦେଲେ ପରାମର୍ଶ

ସେପଟେ ତେଲେଙ୍ଗାନାରୁ ୪ ଓ କର୍ଣ୍ଣାଟକରୁ ଆଉ ୫ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ବଢାଇଲାଣି ଚିନ୍ତା

168

କନକ ବ୍ୟୁରୋ : କରୋନାର ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ ଭାରିଏଂଟ ଅଧିକ ସଂକ୍ରାମକ । ତେବେ ଓମିକ୍ରନ କେତେ ଅଧିକ ସଂକ୍ରମକ, ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ମତ ପ୍ରକାଶ ପାଉଛି । ଏବେ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁସାରେ ଓମିକ୍ରନ ୭୦ ଗୁଣ ଅଧିକ ବେଗରେ ସଂକ୍ରମିତ କରିପାରେ । ୟୁନିଭର୍ସିଟି ଅଫ୍ ହଂକଂର ତଥ୍ୟ ଅନୁଯାୟୀ ଓମିକ୍ରନ ପ୍ରଜାତି ଡେଲଟା ଭୂତାଣୁ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ ବେଗରେ ବ୍ୟାପିପାରେ । ଦକ୍ଷିଣ ଆଫ୍ରିାକରେ ସଂକ୍ରମଣ ବ୍ୟାପିବା ନେଇ ଅନୁଧ୍ୟାନ ପରେ ଏହି ତଥ୍ୟ ମିଳିଛି ।

ତେବେ ଏହି ରିପୋର୍ଟରୁ କିଛି ଆଶ୍ୱସ୍ତିକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯଦି ଓମିକ୍ରନ ଅତି ଦ୍ରୁତ ଗତି ବ୍ୟାପେ, ତେବେ ଏହା କମ୍ କ୍ଷତି କରିଥାଏ । ଏପରିକି ଡେଲଟା ତୁଳନାରେ ଏହା ୧୦ ଭାଗରୁ ଭାବେ କ୍ଷତି ପହଂଚାଇବା ବୋଲି ସେମାନେ ଆକଳନ କରିଛନ୍ତି । ଡେଲଟା ଭୂତାଣୁ ଯେପରରି ଭାବେ ଆକ୍ରାନ୍ତଙ୍କ ଫସଫୁସକୁ ପ୍ରଭାବିତ କରେ, ଓମିକ୍ରନ ସେଭଳି ପ୍ରଭାବିତ କରେ ନାହିଁ । ଏହାସହ ଏହି ନୂଆ ଭୂତାଣୁରେ ଆକ୍ରାନ୍ତ ହେବା ପରେ ଜଣେ ସଂକ୍ରମିତଙ୍କ ପାଖରେ ଖୁବ୍ କମ୍ କିମ୍ବା ମଧ୍ୟ ଧରଣର ଲକ୍ଷଣ ପ୍ରକାଶ ପାଏ ଓ ସେ ଗୁରୁତର ହୋଇ ନଥାନ୍ତି । ଏଯାଏଁ ପ୍ରାୟ ୭୭ ଦେଶରେ ଓମିକ୍ରନ ବ୍ୟାପିସାରିଲାଣି ।