ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ ରାଉରକେଲା ।

109

କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ହାଇଜାରେ ପାଖାପାଖି ୩ ଲୋକଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରହିଥିବାବେଳେ, ସ୍ଥିତି କିନ୍ତୁ ବେକାବୁ ଅଛି । ବିଶେଷକରି ବସ୍ତି ଅଞ୍ଚଳ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହେଇଥିବାବେଳେ, ୨୮୭ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ୨୪୦ ଜଣ ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହାରି ଭିତରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଗସ୍ତରେ ଯିବେ ।